କୋଲକତା() ପେଶାରେ ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଥିବା ମିମି ଚର୍କବର୍ତ୍ତୀ ଖୁବ୍ କମ୍ ବୟସରୁ ଆରମ୍ଭ କରିଛନ୍ତି ନିଜ ରାଜନୈତିକ କ୍ୟାରିଅର। ସୋଶାଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ୩ ଲକ୍ଷ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିବା ମିମିଙ୍କ ଲାଗି ଏ ବର୍ଷ ବେଶ୍ ଲକି । ଏହି ବର୍ଷ ସେ ନୂଆ କରି ରାଜନୀତିରେ ପାଦ ଦେଇ ସଫଳତା ପାଇଥିବା ବେଳେ ଏ ବର୍ଷ ତାଙ୍କର ୨ଟି ଫିଲ୍ମ ବି ରିଲିଜ୍ ହୋଇଛି।
ପୂର୍ବରୁ ଫେମିନା ମିସ୍ ଇଣ୍ଡିଆରେ ସାମିଲ ହୋଇ ସାରିଥିବା ୩୦ ବର୍ଷୀୟା ଏହି ଅଭିନେତ୍ରୀ ୨୦୦୮ ମସିହାରୁ ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ସେ ପଶ୍ଚିମବଙ୍ଗର ଟେଲି ଦୁନିଆ ଓ ସିନେ ଜଗତର ଏକ ପରିଚିତ ନାଁ ହୋଇ ସାରିଲେଣି। ଜଲପାଇଗୁଡିରେ ନିଜ ସ୍କୁଲିଂ ଶେଷ କରିଥିବା ମିମି ୨୦୦୬ ମସିହାରେ କୋଲକତାର ଆଶୁତୋଷ କଲେଜରୁ ଗ୍ରାଜୁଏସନ କରିଥିଲେ।