ଭୁବନେଶ୍ୱର () ଏବେ ସୋସିଆଲ ମିଡିଆରେ ଗୋଟିଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା । ୟୁଟ୍ୟୁବ୍ vs ଟିକଟକ୍ । ଏହି ୨ ଭିଡିଓ ସେୟାରିଂ ପ୍ଲାଟଫର୍ମର ୟୁଜର୍ସମାନଙ୍କ ମଧ୍ୟରେ ଜୋରଦାର କମ୍ପିଟିସନ୍ ଚାଲିଛି । ଏନେଇ ସୋସିଆଲ ମିଡିଆରେ ଡିପି ୱାର୍ ମଧ୍ୟ ଚାଲିଛି । ଖାଲି ସେତିକି ନୁହେଁ ଏନେଇ ମିମ୍ସ ଭାଇରାଲ ହେଉଛି ଏବଂ ଏହାକୁ ନେଇ ୨ ଟିମ୍ ଗଠନ ହେବା ପରି ଲାଗୁଛି । ତେବେ ଆମେ ଆଜି ଚର୍ଚ୍ଚା କରିବା ପ୍ରକୃତରେ ଉଭୟଙ୍କ ମଧ୍ୟରେ କାହାର ଅଧିକ ୟୁଜର୍ସ ଅଛନ୍ତି ଏବଂ କେଉଁ ପ୍ଲାଟଫର୍ମ ଅଧିକ ଲାଭଦାୟକ ? ଆସନ୍ତୁ ଜାଣିବା…
ୟୁଟ୍ୟୁବ୍ ଭାରତରେ ଗତ ୧୩ ବର୍ଷ ହେଲାଣି ପାଦ ରଖିସାରିଲାଣି । ଅନ୍ୟପଟେ ଟିକଟକ୍ ମାତ୍ର ୩ ବର୍ଷରେ ଭାରତରେ ଅନେକଙ୍କ ପ୍ରିୟ ଆପ୍ ହୋଇସାରିଲାଣି । ୟୁଟ୍ୟୁବରେ ମାସିକ ୟୁଜର୍ସ ହେଉଛନ୍ତି ୨୭ କୋଟି ଅର୍ଥାତ୍ ମାସକରେ ମୋଟ ୨୭ କୋଟି ଲୋକ ୟୁଟ୍ୟୁବ ଦେଖିଥାନ୍ତି । ଅନ୍ୟପଟେ ଟିକଟକରେ ଏହା ୨୦ କୋଟି । ଗତ କିଛି ବର୍ଷରେ ଇଣ୍ଟରନେଟର ବହୁଳ ବ୍ୟବହାର ଯୋଗୁଁ ଟିକଟକ ବହୁତ କମ୍ ସମୟରେ ଏହି ସଫଳତା ହାସଲ କରିପାରିଛି । ୟୁଟ୍ୟୁବ ଭାରତରେ ପାଦ ଦେବା ସମୟରେ ଇଣ୍ଟରନେଟର ଏତେ ଅଧିକ ମାତ୍ରାରେ ବ୍ୟବହାର ନଥିଲା ।
ୟୁଟ୍ୟୁବ ଯେତେବେଳେ ଆସିଲା ସେତେବେଳେ ଏହା ବଲିଉଡର ପ୍ରଥମ ପସନ୍ଦ ପାଲଟିଥିଲା । ଏହାକୁ ବିଜ୍ଞାପନ ଏବଂ କମେଡି ପାଇଁ ମଧ୍ୟ ବ୍ୟବହାର କରାଗଲା । କଳାକାର ମାନଙ୍କ ପାଇଁ ଏହା ଏକ ବରଦାନ ପାଲଟିଥିଲା । ଏହା ମାଧ୍ୟମରେ କଳାକାର ମାନେ ନିଜ ଟ୍ୟାଲେଣ୍ଟକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇପାରିଲେ । ୟୁଟ୍ୟୁବ ଏହା ପ୍ରମାଣିତ କରିଦେଲା ଯେ ଯଦି ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ଅଛି ତେବେ କୌଣସି ବଡ ପ୍ଲାଟଫର୍ମ ନହେଲେ ମଧ୍ୟ ଆପଣ ନିଜ କଳା ଦେଖାଇ ପାରିବେ ଏବଂ ଫେମସ ହୋଇପାରିବେ ।
କିନ୍ତୁ ଟିକଟକ ଯେତେବେଳେ ଏଣ୍ଟ୍ରି ମାରିଲା ୟୁଜର୍ସଙ୍କ ପାଇଁ ଏହା ଆହୁରି ସହଜ ହୋଇଗଲା । ଏଥିରେ ସବୁକିଛି ସହଜ ଥିଲା । କେବଳ ନିଜ ସ୍ମାର୍ଟଫୋନରେ ଆପ୍ ଡାଉନଲୋଡ୍ କର ଏବଂ ବାସ୍, ଆରମ୍ଭ କରିଦିଅ । ସମସ୍ତଙ୍କୁ ଭିଡିଓ କ୍ରିଏଟ୍ କରିବାର ପାୱର ଦେଇଦେଲା ଟିକଟକ୍ । ଯଦି କାହାକୁ ଗୀତ ଗାଇବା ପସନ୍ଦ ଥିଲା ତେବେ ସେ ଏଥିରେ କରିପାରିଲା । ଯଦି କାହାକୁ ଡ୍ୟାନ୍ସ ପସନ୍ଦ ତେବେ ସେ ଏହି ଆପ୍ ମାଧ୍ୟମରେ ନିଜ କଳା ପ୍ରଦର୍ଶନ କରିପାରିଲା ।
ଟିକଟକ ବହୁତ କମ୍ ସମୟ ମଧ୍ୟରେ ବହୁତ କିଛି ଚେଞ୍ଜ ଆଣିପାରିଛି । ଟିକଟକର ସଫଳତା ଦେଖି ସମସ୍ତେ ଏହି ପ୍ଲାଟଫର୍ମରେ ପାଦ ଥାପିବାକୁ ଚାହୁଁଛନ୍ତି । ଏବେ ଟିକଟକକୁ ଟକ୍କର ଦେବା ପାଇଁ ୟୁଟ୍ୟୁବ୍ ସର୍ଟ୍ସ ନାଁରେ ନିଜର ଆଉ ଏକ ସର୍ଟ ଭିଡିଓ ପ୍ଲାଟଫର୍ମ ଖୁବ୍ ଶୀଘ୍ର ୟୁଜର୍ସଙ୍କ ପାଇଁ ଆଣୁଛି । ଫେସବୁକ ରିଲ୍ସ ନାଁରେ ନିଜର ଏକ ସର୍ଟ ଭିଡିଓ ପ୍ଲାଟଫର୍ମ ବ୍ରାଜିଲରେ ଲଞ୍ଚ କରିସାରିଲାଣି । ତେବେ ଏହା ସ୍ପଷ୍ଟ ଯେ ଯାହାକୁ କଣ୍ଟେଣ୍ଟ ପସନ୍ଦ ତା ପାଇଁ ସବୁବେଳେ ୟୁଟ୍ୟୁବ୍ ହିଁ ନମ୍ବର ୱାନ୍ ରହିବ । ମୁଭି ହେଉ କିମ୍ବା କମେଡି, କିମ୍ବା ଏଜୁକେସନ୍ କିମ୍ବା କୁକିଂ ଶିଖିବା ସବୁଥିରେ ଏବଂ ସମସ୍ତଙ୍କ ପାଇଁ ୟୁଟ୍ୟୁବ୍ ବେଷ୍ଟ ଅପ୍ସନ ହୋଇ ରହିବ ।