ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ। ଏଥିପାଇଁ କଟକ ବଡମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଏସ୍ଏନ୍ସିୟୁ ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ହେବ ମିଲ୍କ ବ୍ୟାଙ୍କ। ମିଲ୍କ ବ୍ୟାଙ୍କ ପରିଚାଳନା ଓ କିପରି ଭାବେ ଅଧିକରୁ ଅଧିକ ମା’ ମାନେ ଏହି ମିଲ୍କ ବ୍ୟାଙ୍କକୁ କ୍ଷୀର ଦେବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଏସ୍ସିବିରେ ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ଏସ୍ଏନ୍ସିୟୁରେ ରହୁଥିବା ଶିଶୁଙ୍କ ମା’ ମାନଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ମଦର ମିଲ୍କ ବ୍ୟାଙ୍କ ଆରମ୍ଭ କରାଯିବ। ଏହି ବ୍ୟାଙ୍କ ପରିଚାଳନା ପାଇଁ ଏସ୍ସିବି ମେଡିକାଲ ଶିଶୁ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଲୀନା ଦାସଙ୍କ ସମେତ ଅଧିକାରୀମାନେ ଡିସେମ୍ବର ୨୧ରୁ ତାଲିମ ପାଇଁ ହାଇଦ୍ରାବାଦ୍ ଯିବେ ବୋଲି ପ୍ରଫେସର ଲୀନା ଦାସ ସୂଚନା ଦେଇଛନ୍ତି।