Odia News Portal

ଖାଲି ସୌନ୍ଦର୍ଯ୍ୟ ନୁହେଁ ବିଭିନ୍ନ ରୋଗ ମଧ୍ୟ ଦୂର କରେ ଘିକୁଆଁରୀ : ଜାଣନ୍ତୁ ଏହାର ଔଷଧୀୟ ଗୁଣ

ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧୀୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଏହା ଯେ ଖାଲି ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଏ ତାହା ନୁହେଁ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରେ । ଆଲୋବେରା ଡାଇବେଟିସ ରୋଗୀଙ୍କ ପାଇଁ ବରଦାନ ସଦୃଶ କାମ କରିଥାଏ। ଏହାର ଜୁସ୍‌ ପିଇଲେ ରକ୍ତରେ ଶର୍କରାସ୍ତର ନିୟନ୍ତ୍ରିତ ରହିଥାଏ। ଏହା କିଡ୍‌ନୀ ଓ ଲିଭର ସହ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା କୋଲେଷ୍ଟ୍ରୋଲ ମଧ୍ୟ କମ୍‌ କରିଥାଏ।

ଯଦି ଆପଣଙ୍କର କେଉଁଠି ଖଣ୍ଡିଆ ହେଇଯାଇଛି ବା କୌଣସି ବିଷାକ୍ତ ପୋକ କାମୁଡ଼ି ଦେଇଛି ତାହାଲେ ଜଳା ପୋଡ଼ାରୁ ରକ୍ଷା ପାଇବା ପାଇଁ ଆଲୋବେରା ଖାଆନ୍ତୁ। ଏକ ପତ୍ରକୁ କାଟି ଏହାର ରସ କ୍ଷତ ସ୍ଥାନରେ ମଧ୍ୟ ଲଗାନ୍ତୁ। ଏହା ଦ୍ୱାରା କ୍ଷତ ସ୍ଥାନ ଶୀଘ୍ର ଶୁଖିଯିବ।

ଆପଣ ମୋଟାପଣ କମାଇବାକୁ ଅନେକ କସରତ ବା ଡାଏଟିଂ କରି ଥକି ଯାଇଛନ୍ତି କି? ତାହାଲେ ଆପଣ ଆଲୋବେରା ଖଆନ୍ତୁ। ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାକୁ ସାହାଯ୍ୟ କରିବ ।

ଦାନ୍ତରେ ହେଉଥିବା ବିଭିନ୍ନ ସମସ୍ୟା ଯେମିତିକି ଦାନ୍ତ ମୂଳ ଦରଜ, ଦାନ୍ତ ବିନ୍ଧିବା, ପୋକ ଖାଇବା ଇତ୍ୟାଦି ସମସ୍ୟା ଦୂର କରିଥାଏ। ଏହା ସହ ଆଲୋବେରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିର