ପାଣି ପିଇବା ଏକ ଭଲ ଗୁଣ ହୋଇଥାଏ । କୌଣସି ବି ରୋଗରୁ ରକ୍ଷା ପାଇବା ପାଇଁ ପାଣି ରାମ ବାଣ ସଦୃଶ୍ୟ । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଖାଇବା ସମୟରେ ପାଣି ପିଇବା କେତେ ହାନିକାରକ ହୋଇଥାଏ । ଏହି ସମସ୍ୟା ସିଧା ସଳଖ ଭାବେ ପାଚନ ପକ୍ରିୟା ଉପରେ ପଡିଥାଏ ।
ମନେରଖିବେ ଖାଇବାର ଅଧଘଣ୍ଟା କି ଏକ ଘଣ୍ଟା ପର୍ୟ୍ୟନ୍ତ ପାଣି ପିଇବା ଉଚିତ୍ ନୁହେଁ । ଆର୍ୟୁରବେଦ ଅନୁଯାୟୀ, ଖାଇ ସାରି ପାଣି ପିଇବା ବିଷ ପିଇବା ସହ ସମାନ ହୋଇଥାଏ। ଖାଇ ସାରି ପାଣି ପିଇଲେ ଖାଦ୍ୟ ହଜମ ଶକ୍ତି ନଷ୍ଟ ହୋଇଥାଏ। ଯାହା ଫଳରେ ଖାଇ ଥିବା ଖାଦ୍ୟ ସଠିକ୍ ଭାବେ ହଜମ ହୁଏ ନାହିଁ। ଖାଦ୍ୟ ହଜମ ନହେବା ଦ୍ବାରା ଆମାସୟରେ ଖାଦ୍ୟ ସଢିବାକୁ ଲାଗେ ଓ ଏ ସବୁ କାରଣ ପାଇଁ ଗ୍ୟାସ୍, ଏସିଡ୍ ହେବା ଆରମ୍ଭ କରିଦିଏ । ଯାହା କି ଆମ ଶରୀରର ପାଇଁ କ୍ଷତିକାରକ ।
ଆର୍ୟୁରବେଦ ଅନୁସାରେ ଖାଇ ସାରିବାର ପୁରା ୧ ରୁ ୨ ଘଣ୍ଟା ବ୍ୟବଧାନରେ ପାଣି ପିଇବା ଉଚିତ୍। ଏବଂ ଖାଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଇ ନେବା ଆବଶ୍ୟକ । କାରଣ ପାଣି ପିଇବା ପରେ ପରେ ଖାଇବା ଶରୀର ପାଇଁ ଉଚିତ୍ ନୁହେଁ ।
ଆର୍ୟୁରବେଦରେ ଏହା ମଧ୍ୟ କୁହାଯାଇଛି କି ଶୋଇକି ଉଠିବା ପରେ ମଧ୍ୟ ପାଣି ପିଇବା ଉଚିତ୍ ନୁହେଁ । ଏହି ସବୁ ଜିନିଷ ପ୍ରତିଦିନ କରିବା ଦ୍ବାରା ଆମକୁ କୌଣସି ରୋଗ ହୋଇ ନଥାଏ।
Sign in
Sign in
Recover your password.
A password will be e-mailed to you.
