Odia News Portal

ସୁଖିଲା ଥିଲେ ବି ବାଉଁଶକୁ କାହିଁକି ଧାର୍ମିକ କାର୍ୟ୍ୟରେ ବ୍ୟବହାର କରାଯାଏନି, ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର() ବାଉଁଶକୁ ଭାରତୀୟ ଧର୍ମ ଶାସ୍ତ୍ରରେ ଜଳେଇବା ନିଷିଧ। ହୋମ ହେଉ କି ଯଜ୍ଞ ଏଥିରେ ବିଭିନ୍ନ କାଠର ଉପଯୋଗ ହୁଏ ହେଲେ ସୁଖିଲା ଥିଲେ ବି ବାଉଁଶକୁ ଏ ସବୁ ଧାର୍ମିକ କାର୍ୟ୍ୟରେ ବ୍ୟବହାର କରାଯାଏନି।

ମଣିଷର ମୃତ୍ୟୁରେ ବାଉଁଶକୁ କୋକେଇ କରି ବୋହିନେବାର ବିଧି ରହିଛି। କିନ୍ତୁ ଶ୍ମଶାନରେ କାଠ ବ୍ୟତୀତ ଶବ ପୋଡିବାରେ ବାଉଁଶକୁ କେବେବି ବ୍ୟବହାର କରନ୍ତିନି। ହିନ୍ଦୁ ଧାର୍ମିକ ନିୟମରେ ବାଉଁଶ ଜଳାଇଲେ ଲୋକଙ୍କୁ ପିତୃ ଦୋଷ ଲାଗିଥାଏ ବୋଲି ମାନ୍ୟତା ରହିଛି। ଏଣୁ ଲୋକେ ଦୋଷ ଲାଗିବା ଭୟରେ ବାଉଁଶ ଜଳାନ୍ତିନି। ତେବେ ଏହାର ବୈଜ୍ଞାନିକ କାରଣ ବି ରହିଛି। ତାହା ହେଉଛି ବାଉଁଶରେ ଉପସ୍ଥିତ ଥିବା ଲିଡ। ବାଉଁଶ ଜଳିଲେ ସେଥିରୁ ଲିଡ ଅକ୍ସାଇଡ ନିର୍ଗତ ହୁଏ। ଯାହା ନ୍ୟୁରୋଟିକ୍ସିକ ବୋଲି ବିଜ୍ଞାନ କୁହେ।