Odia News Portal

ବିବାହ ପୂର୍ବରୁ ଲିଭ ଇନରେ ରହିବା ଉଚିତ କି ଅନୁଚିତ, ଜାଣନ୍ତୁ

ପ୍ରେମକୁ ବଢାଇବା ପାଇଁ ନାରୀ ଓ ପୁରୁଷର ମିଳନ ହୋଇଥାଏ । ସୃଷ୍ଟିର ନିୟମ ହେଉଛି ନାରୀ-ପୁରୁଷର ଶାରୀରିକ ମିଳନରେ ନୂଆ ସଂସାର ସୃଷ୍ଟି ହୋଇଥାଏ । ଏହି ସମ୍ପର୍କ ସମସ୍ତଙ୍କ ଜୀବନରେ ଅଳ୍ପବହୁତ ଆସିଥାଏ । ହେଲେ ଏହି ମିଳନ ପାଇଁ ସମାଜର କିଛି ନିୟମ ରହିଛି । ଏହି ନିୟମ ହେଲା ବିବାହ ବନ୍ଧନ । ସମାଜରେ ବହୁ ପୁରାତନ କାଳରୁ ରହିଆସିଛି ବିବାହ ପରେ ହିଁ ସହବାସ କରିବା ଉଚିତ । ହେଲେ ଆଜିକାଲି ଦୁନିଆରେ ଅନେକ ଲୋକ ଲିଭ ଇନରେ ରହୁଛନ୍ତି । ଆଉ କିଛି ଲୋକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଲିଭ ଇନରେ ରହିବା ଉଚିତ କି ଅନୁଚିତ ।
ଲିଭଇନରେ ରହିବାର ଉପକାରିତା
ଆଧୁନିକ ଚିନ୍ତାଧାରାରେ ଲିଭ ଇନରେ ରହିବା କୌଣସି ଭୁଲ ନୁହେଁ । ଏହା ଦ୍ୱାରା ପୁରୁଷ-ନାରୀ ସେମାନଙ୍କ ଭିତରେ ଥିବା ଗୁଣ ଏବଂ ଖୁଣ ଜାଣିପାରିବେ । ତାସହ ଆଜିକାଲିକା ସମାଜରେ ପୁରୁଷ ହେଉ କି ନାରୀ ହେଉ ଦୁହେଁ କର୍ମକ୍ଷେତ୍ରରେ ବ୍ୟସ୍ତ ରହିଥିବା ବେଳେ ଦୁହେଁ ଦୁହିଁଙ୍କୁ ସମୟ ଦେବା କଷ୍ଟକର ହୋଇଥାଏ । ଯଦି ସେମାନେ ଲିଭ ଇନରେ ରହିବେ ତାହାଲେ ସେମାନେ ଦୁହେଁଦୁହିଁଙ୍କୁ ସହଜରେ ସମୟ ଦେଇପାରିବେ । ଯଦି ଦୁହିଁଙ୍କ ଭିତରେ ବିଶ୍ୱାସ ରହେ ତେବେ ଲିଭଇନରେ ରହିବା ଭୁଲ ନୁହେଁ ।
ଏକ ଗବେଷଣାରୁ ଜଣାପଡିଛି ୭୫% ଯୁବପୀଢି ଲିଭଇନ ସମ୍ପର୍କକୁ ଠିକ ବୋଲି କହୁଛନ୍ତି ।
ବଲିଉଡ ହେଉ କି ଟଲିଉଡ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଲିଭ ଇନରେ ରହୁଥିବାର ସୂଚନା ମିଳିଛି ।
ଲିଭଇନ ରହିବାର ଅପକାରିତା
ଲିଭଇନରେ ରହିବାର ଉପକାରିତା ଥିଲେ ମଧ୍ୟ ଏହାର ଅପକାରିତା ମଧ୍ୟ ଅନେକ ଅଛି । କିଛି ପୁରୁଷ ଓ ନାରୀ ନିଜ ସମ୍ପର୍କକୁ ନବୁଝି ଭଲପାଇବାର କିଛି ସମୟ ମଧ୍ୟରେ ଏକାଠି ରହିଥାନ୍ତି । ହେଲେ ସେମାନଙ୍କ ମଧ୍ୟରେ ବିଶ୍ୱାସର ଅଭାବ ଓ ଭରପୁର ଅଶାନ୍ତି ରହିଥାଏ । ଯାହା ଫଳରେ କୌଣସି କାରଣରୁ ସେମାନେ ଅଲଗା ହୋଇଯାଇଥାନ୍ତି । ତାପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯାହା ସମାଜ ଏବଂ ନିଜ ପରିବାର ଆଗରେ ଦୋଷୀ ହୋଇଥାନ୍ତି ।