ଆଧୁନିକ ଯୁଗରେ ସମସ୍ତ ଯୁବ ପୀଢିଙ୍କ ମନରେ ପ୍ରଶ୍ନ ରହିଥାଏ ବିବାହ ପୁର୍ବରୁ ସହବାସ ଉଚିତ କି ଅନୁଚିତ । ଏହି ପ୍ରଶ୍ନର ଉତ୍ତର ସେମାନେ କାହାକୁ ପଚାରିବା ଠିକ ମନେ କରିନଥାଆନ୍ତି ।
ପୁରୁଣା ପ୍ରଥା ଅନୁସାରେ ବିବାହ ପୁର୍ବରୁ ସହବାସ କରିବା ଅନୁଚିତ । ସେତେବେଳ ସମୟରେ ବାଲ୍ୟବିବାହ ଏହାର କାରଣ ଥିଲା ।ସେତେବେଳେ ପିତାମାତା ସେମାନଙ୍କ ପିଲାମାନଙ୍କୁ ୧୮ ବର୍ଷ ପୁର୍ବରୁ କମ ହୋଇଥିବା ବେଳେ ବିବାହ କରିଦେଉଥିଲେ । ଯେଉଁ ସମୟରେ କି ପୁଅ ହେଉ ବା ଝିଅ ହେଉ ସେମାନଙ୍କର ଯୌନ ସମ୍ପର୍କ ବିଷୟରେ ବିଶେଷ ଜ୍ଞାନ ନଥାଏ । ଯେଉଁଥିପାଇଁ ବିବାହ ପୁର୍ବରୁ ସହବାସକୁ ଏକ ଅପରାଧ ବୋଲି ଧରା ଯାଉଥିଲା । କିନ୍ତୁ
ଆଧୁନିକ ଯୁଗରେ ସହବାସ କରିବା କୌଣସି ଭୁଲ ନୁହେଁ ବୋଲି ଏବେ କେତେକ ମତ ଦେଉଛନ୍ତି । କାରଣ ଆଧୁନିକ ଯୁଗରେ ଏହା ଏକ ଫେସନ ବା ମାନସିକତା ବୋଲି ଯୁବପୀଢି ଧରି ନେଲେଣି ଏ ସମ୍ପର୍କରେ ଯୁକ୍ତି ଦର୍ଶା ଯାଉଛି ଯେ ସହମତ ଭିତ୍ତିରେ ବିବାହ ପୁର୍ବରୁ ସହବାସ କଲେ ତାକୁ ଭୁଲ ବୋଲି କୁହାଯାଇପାରିବ ନାହିଁ । ଅନେକ ସମୟରେ ପୁଅ ହେଉ ବା ଝିଅ ହେଉ ଉଭୟଙ୍କ ମଧ୍ୟରେ ଠିକ ବୁଝାମଣା ଓ ସହମତି ଥିଲେ ଏହାକୁ ଅପରାଧ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ । ଅନେକ କ୍ଷେତ୍ରରେ ଆଇନ ଅଦାଲତ ମଧ୍ୟ ଏହା ସପକ୍ଷରେ ମତ ରଖିସାରିଛନ୍ତି ।
