ଆଜିକାଲି ସମୟରେ ସୁସ୍ଥ ରହିବାକୁ ହେଲେ ଫିଟ ରହିବାକୁ ପଡିଥାଏ । ମଣିଷ ବ୍ୟସ୍ଥ ଜୀବନରେ ଫିଟ ରହିବା ବହୁତ କଷ୍ଟ ହୋଇଥାଏ । ଓଜନ ବଢିଲେ ମଣିଷ ଅସୁସ୍ଥ ହେବା ସହ ଅଳଶୁଆ ମଧ୍ୟ ହୋଇଥାଏ । ଯାହାପାଇଁ ଅନେକ ରୋଗରେ ପୀଡିତ ହୋଇଥାଏ । ଯଦି ଆପଣ ଏହି ସମସ୍ୟା ଅଛି ତେବେ ଚିନ୍ତା କରନ୍ତୁନି । ଆମେ ଆପଣଙ୍କୁ ଏହି ସମସ୍ୟାର ଏକ ସହଜ ଉପାୟ ଜଣାଉଛୁ ।
ରାଗ ଶରୀର ପାଇଁ ହିତକାରୀ ଅଟେ । ବିଶେଷ କରି କଞ୍ଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। ଏଥିରେ ଥିବା କିଛି ଔଷଧିୟ ଗୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରାଇଥାଏ। ଅନେକ ବଡ଼ ବଡ଼ ରୋଗର ମୁକାବିଲା ପାଇଁ ଶକ୍ତି ମଧ୍ୟ ଯୋଗାଇ ଥାଏ। ଆସନ୍ତୁ ଜାଣିବା କଞ୍ଚାଲଙ୍କାର ଆମର କ’ଣ ଉପକାର କରିଥାଏ।
ଓଜନ କମାଏ- କଞ୍ଚାଲଙ୍କାରେ ଭରପୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ତେଣୁ ଏହା ଶରୀରର ମେଟାବୋଲିଜିମ୍କୁ ବଢ଼ାଇଥାଏ ଫଳରେ ଆମ ଶରୀରର ଓଜନ ହ୍ରାସ ହୋଇଥାଏ।
ମୁଡ୍ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ- କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ଶରୀରରେ ଏଣ୍ଡ୍ରୋଫିନ୍ସ ନାମକ ଏକ କେମିକାଲ ରିଲିଜ୍ ହୋଇଥାଏ। ଏହି କେମିକାଲ୍ ଆମ ମୁଡ୍ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଥିବା ଏନଯାଇମ୍କୁ ସକ୍ରିୟ ବା ଅଧିକ ଶକ୍ତିଶାଳୀ କରିଦିଏ। ଯାହାଦ୍ୱାରା ଆମର ମୁଡ୍ ବାରମ୍ବାର ପରିବର୍ତ୍ତନ ହୁଏ ନାହିଁ।
ଡାଏବେଟିସ୍- ମଧୂମେହ ରୋଗରେ ପୀଡ଼ିତମାନଙ୍କ ପାଇଁ କଞ୍ଚା ଲଙ୍କା ଅନେକ ଲାଭଦାୟୀ। କାରଣ ଏଥିରେ ଥିବା ଔଷଧୀୟ ତତ୍ୱରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିଥାଏ।
ରକ୍ତ ଶ୍ରାବ ବନ୍ଦ କରେ- ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ କଞ୍ଚାଲଙ୍କା ପଡ଼ିଥିବା କିଛି ଖାଦ୍ୟ ଖାଇଦିଅନ୍ତୁ। ଏଥିରେ ଥିବା ଭିଟାମିନ୍ ‘k’ ରକ୍ତକୁ ଜମାଟ ବାନ୍ଧି ଦେଇଥାଏ। ଫଳରେ ଆଉ ରକ୍ତଶ୍ରାବ ହୁଏନାହିଁ।
ହୃତ୍ସ୍ପନ୍ଦନ ଶୃଙ୍ଖଳିତ କରିଥାଏ – କଞ୍ଚାଲଙ୍କାରେ ଭରପୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକୁ beta-carotene କୁହାଯାଏ। ଏହା ହୃତ୍ସ୍ପନ୍ଦନକୁ ଶୃଙ୍ଖଳିତ କରିଥାଏ ।
ଦୃଢ ହୁଏ ହାଡ- କଞ୍ଚାଲଙ୍କାରେ ଭିଟାମିନ୍ ‘A’ ପ୍ରଚୁର ଥାଏ। ଏଗୁଡ଼ିକ ଆମ ଶରୀରର ହାଡ଼ଗୁଡ଼କୁ ମଜଭୁତ କରିଥାଏ। କେବଳ ହାଡ଼ ନୁହେଁ ଏହା ଆମ ଦାନ୍ତକୁ ମଧ୍ୟ ସୁସ୍ଥ ଓ ମଜଭୁତ ରଖିଥାଏ।
ସାଇନସ୍କୁ ସୁସ୍ଥ କରେ- କଞ୍ଚାଲଙ୍କାରେ ଥିବା Capsaicin ନାକ ଓ ସାଇନସ୍ର ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। ଯାହା ସାମାନ୍ୟ ଥଣ୍ଡା ଓ ସାଇନସ୍ ସଙ୍କ୍ରମଣ ସହ କଡ଼ା ମୁକାବିଲା କରିଥାଏ।