Odia News Portal

ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ 

ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ  ଏ ସମ୍ପର୍କରେଟ୍ଟ  ଗୁଜୁରାତି ଖାଇବା ଦ୍ୱାରା ପାଚନକ୍ରିୟା ସହଜ ହୋଇଥାଏ। ପ୍ରତିଦିନ ସକାଳେ ୪/୫ଟି ଗୁଜୁରାତି ପାଣିରେ ଭିଜାଇ ଏହାର ପାଣି ପିଇଲେ ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ପାଚନ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୁଏ।
– ଗୁଜୁରାତିରୁ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ। ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଯେଉଁମାନଙ୍କର ଡାଇବେଟିସ ରହିଛି, ସେମାନେ ଚା’ରେ ଗୁଜୁରାତି ମିଶାଇ ପିଇଲେ ଇନ୍‌ସ୍ୟୁଲିନ୍‌ ସ୍ତର କମ୍‌ ରହିଥାଏ।
– କାଶ ହେଉଥିଲେ ରାତିରେ ଅଳ୍ପ ଉଷୁମ ପାଣିରେ କିଛି ଗୁଜୁରାତି ଭିଜାଇ ଏହାର ପାଣି ୩/୪ ଦିନ ପର‌୍ୟ୍ୟନ୍ତ ପିଇଲେ ଆରାମ ମିଳିଥାଏ। – ଗୁଜୁରାତି ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ଗୁଜୁରାତି ପକାଇଲେ ମେଦବହୁଳତା ସମସ୍ୟାରୁ ମୁକ୍ତି ମିଳିଥାଏ।
– ଦିନକୁ ୨/୩ଟି ଗୁଜୁରାତି ଖାଇଲେ ନର୍ଭସନେସ୍‌ ଦୂର ହୋଇଥାଏ।
– ରକ୍ତଚାପ ସମସ୍ୟା ଦୂର କରେ।