Odia News Portal

ତେଜପତ୍ର ଦୂର କରେ ଏହି ସବୁ ରୋଗର ସମସ୍ୟା

ସାଧାରଣତଃ ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଉପଲବ୍ଧ ଥାଏ। ଏହା ମସଲାରେ ବ୍ୟବହାର କରାଯାଏ ସତ ହେଲେ ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ମାଙ୍ଗାନିଜ,ପୋଟାସିୟମ, ସେଲେନିୟମ ଓ ଆଇରନ୍ ପ୍ରଚୁର ପରିମାଣରେ ଥାଏା
ତେଜପତ୍ର ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା କେବଳ ତରକାରୀ ବା ଚା’ରେ ସ୍ବାଦ ପାଇଁ ବ୍ୟବହାର କରାଯାଏ ନାହିଁ। ଅଧିକାଂଶ ଲୋକେ ତେଜପତ୍ରର ଫାଇଦା ବିଷୟରେ ଜାଣିନଥାନ୍ତି। ଏହା ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତେଜପତ୍ର, ଶରୀରର ଅନେକ ରୋଗ ଦୂର କରେ। ତେବେ ତେଜପତ୍ରର ବିଷେଶ ଫାଇଦା ବିଷୟରେ ଜାଣନ୍ତୁ-
୧- କିଡନୀ ସମସ୍ୟାକୁ ଦୂର କରିଥାଏ ତେଜପତ୍ର। କିଡନୀରେ ଷ୍ଟୋନ୍ ହୋଇଥିଲେ ତେଜ ପତ୍ରକୁ ପାଣିରେ ସିଝାଇ ଥଣ୍ଡା କରି ପିଇଲେ ଅନେକ ଲାଭ ମିଳିଥାଏ। ତେଜପତ୍ର ସିଝାଇ ପାଣିରେ ପିଇଲେ ଅନେକ କିଡନୀ ରୋଗ ଦୂର ହୋଇଥାଏ।
୨- ଅନେକ ଲୋକ ଚା’ରେ ତେଜପତ୍ର ପକାଇ ପିଅନ୍ତି। ହେଲେ ଏହାର ଫାଇଦା ବିଷୟରେ ଜାଣିନଥାନ୍ତି। ଚା’ରେ ତେଜପତ୍ର ପକାଇ ପିଇଲେ ପେଟ ସମସ୍ୟା ଦୂର ହୁଏ। ଏହା ସହ ହଜମ ଶକ୍ତି ମଧ୍ୟ ଭଲେ ହୋଇଥାଏା
୩- ତେଜ ପତ୍ରକୁ ଗରମ ପାଣିରେ ପକାଇ ତା’ର ରସକୁ ପିଇଲେ ଶରୀରକୁ ଅନେକ ଫାଇଦା ହୁଏ। ଏହା କିଡନୀ ଉପରେ ଖୁବ ଭଲ ପ୍ରବାହ ପକାଇଥାଏା ଏହା ସହ ଗ୍ୟାସ,ପେଟ ସମସ୍ୟା ଇତ୍ୟାଦି ରୋଗରୁ ମୁକ୍ତ ମିଳିଥାଏା
୪- ମଧୁମେହ ରେଗୀଙ୍କ ପାଇଁ ତେଜ ପତ୍ର ଖାଇବା ବେଶ ଉପକାରୀ ହୋଇଥାଏ।
୫- ଶରୀରର କୌଣସି ଅଙ୍ଗରେ ଦରଜ ଥିଲେ ବା କଷ୍ଟ ହେଲେ ସେଠାରେ ତେଜପତ୍ର ବାଟି ମାଲିସ କଲେ କଷ୍ଟ କମେ ଓ ଦୂର ହୋଇଥାଏ।