Odia News Portal

ହୃଦ୍‌ରୋଗୀଙ୍କ ପାଇଁ ଉପକାରୀ ଚେରି 

ଚେରି ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଭଲ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେଟ୍ଟ
– ଏଥିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ ‘ଏ’, ଭିଟାମିନ ‘ବି’ ଏବଂ ଭିଟାମିନ ‘ସି’, ବିଟାକିରୋଟିନ, କ୍ୟାଲ୍‌ସିୟମ ଏବଂ ପୋଟାସିୟମ ପ୍ରଚୁର ପରିମାଣର ରହିଛି। – ଗବେଷଣାରୁ ଜଣାପଡ଼ିଛି, ପ୍ରତ୍ୟେକ ଦିନ ସକାଳୁ ଏବଂ ଶୋଇବା ପୂର୍ବରୁ ଚେରି ଜୁସ ପିଇଲେ ଭଲ ନିଦ ହୋଇଥାଏ। ୫୦ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ପାଇଁ ଚେରି ଜୁସ୍ ଖୁବ୍ ଲାଭଦାୟକ।
– ନିୟମିତ ଚେରି ଖାଇଲେ ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ।
– ହୃଦ୍‌ରୋଗୀଙ୍କ ପାଇଁ ଚେରି ଖୁବ୍ ଭଲ। ଚେରି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ। ଫଳରେ ହୃଦ୍‌ଘାତ ଆଶଙ୍କା କମ୍ ଥାଏ।
– ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଚେରି ଖାଇବା ଭଲ। ଏଥିରେ ଫ୍ୟାଟ୍ ନାହିଁ।