Odia News Portal

୨ଚିମୁଟା ଲୁଣରେ ମୋତି ଭଳି ଚମକି ଉଠିବ ଆପଣଙ୍କ ଦାନ୍ତ

ହଳଦିଆ ଦାନ୍ତ ଯୋଗୁଁ ଯଦି ଆପଣ ମଧ୍ୟ ଲୋକଙ୍କ ସହ କଥା ହେବାକୁ ଲାଜ କରୁଛନ୍ତି ତେବେ ଲୁଣର ଏହି ପ୍ରସାଧନ ଚିକିତ୍ସା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିଦେବ। ଲୁଣ କେବଳ ଆପଣଙ୍କ ଦାନ୍ତର ଧ୍ୟାନ ରଖିନଥାଏ ବରଂ ଆପଣଙ୍କ ସୌନ୍ଦର‌୍ୟ୍ୟର ମଧ୍ୟ ଧ୍ୟାନ ରଖିଥାଏ। ବେକିଙ୍ଗ୍ ସୋଡ଼ା,ପାଣି ଏବଂ ଅଳ୍ପ ଟିକେ ଲୁଣକୁ ଟୁଥବ୍ରଶରେ ନେଇ ବ୍ରଶ୍ କରନ୍ତୁ। ବେକିଙ୍ଗ ସୋଡ଼ା ଦାନ୍ତକୁ ଚିକଚିକ୍ କରିବା ସହ ଦାନ୍ତକୁ ସୁସ୍ଥ ରଖିଥାଏ। ଏହା ଜୀବାଣୁକୁ ମାରିବା ସହ ଦାନ୍ତକୁ ଚିକଚିକ୍ କରିଥାଏ। ଏହା ଦ୍ବାରା ଦାନ୍ତମାଢ଼ିର ସମସ୍ତ ସମସ୍ୟା କମ୍ ହୋଇଥାଏ। ଏହା ବ୍ୟତୀତ ଅଧା ଛୋଟ ଚାମଚ ଲୁଣ ଏବଂ ଅଧା ଚାମଚ ବେକିଙ୍ଗ୍ ସୋଡ଼ାକୁ ଅଧ ଗିଲାସ ପାଣିରେ ମିକ୍ସ କରନ୍ତୁ। ଏହି ପାଣିରେ କୁଳି କରିବା ଦ୍ବାରା ନିଃଶ୍ବାସରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଆପଣଙ୍କ ତ୍ବଚା ତେଲିଆ ହୋଇଥିଲେ ଆପଣ ଲୁଣକୁ ଫେସିଆଲ ଟୋନର ଭାବେ ମଧ୍ୟ ବ୍ୟବହାର କରି ପାରିବେ। ଏକ ସ୍ପେ ବୋତଲରେ ନଖ ଉଷୁମ ପାଣି ସହ ଏକ ଛୋଟ ଚାମଚ ଲୁଣ ମିକ୍ସ କରନ୍ତୁ।
ଭଲ ଭାବେ ମିକ୍ସ କରିବା ପରେ ତ୍ବଚାରେ ସ୍ପେ କରନ୍ତୁ। ଧ୍ୟାନ ରଖନ୍ତୁ ଏହାକୁ ଆଖି ଆଖ ପାଖରେ ଲଗାନ୍ତୁ ନାହିଁ। ଏହାକୁ ଲଗାଇ ଶୁଖିବାକୁ ଦିଅନ୍ତୁ। ଥକ୍କାପଣ ପାଇଁ ଯଦି ଆପଣଙ୍କ ଆଖି ଫୁଲିଯାଇଛି,ତେବେ ନଖ ଉଷୁମ ପାଣି‌ରେ ଲୁଣ ମିକ୍ସ କରି ଏହି ପାଣିରେ ସେକ ନିଅନ୍ତୁ। ସେହିପରି ଯଦି ଆପଣଙ୍କ ତ୍ବଚାରେ କୁଣ୍ଡିଆ ସମସ୍ୟା ଥିବ ତେବେ ପାଣିରେ ଅଳ୍ପ ଲୁଣ ମିଶାନ୍ତୁ। ଯେପରି ଏକ ବାଲଟି ପାଣିରେ ପାଖାପାଖି ୨ଚାମଚ ସି ସଲ୍ଟ ଏବଂ ଟେବୁଲ୍ ସଲ୍ଟ ନିଅନ୍ତୁ।