Odia News Portal

ଘରେ ପ୍ରସ୍ତୁତ କରନ୍ତୁ ସ୍ପାଇସି ସାଲାଡ୍

ଭୁବନେଶ୍ଵର : ଖାଦ୍ୟକୁ ଟିକେ ହଟକା କରିବା ପାଇଁ ଆମେ ସବୁବେଳେ ସାଲାଡ୍ ପ୍ରସ୍ତୁତ କରୁ। ତେବେ ଜିରା ଏବଂ ଲଙ୍କାଗୁଣ୍ଡ ଦେଇ ଆପଣ ଟିକେ ଭିନ୍ନ ଅନ୍ଦାଜରେ ଚଟପଟା ସ୍ପାଇସି କଚୁମ୍ଵର ପ୍ରସ୍ତୁତ କରି ପାରିବେ। ତେବେ ଏହି ସାଲାଡ୍ ପ୍ରସ୍ତୁତ କରିବା ଯେତିକି ସହଜ ସ୍ଵାସ୍ଥ୍ୟ ପାଇଁ ସେତିକି ଉପଯୋଗୀ। ଏଥିରେ ଭିଟାମିନ୍ ଏ ଏବଂ ସି ରହିଥାଏ। ଏହାକୁ ପ୍ରସ୍ତୁତ କରିବା ପ୍ରକ୍ରିୟା-
ଆବଶ୍ୟକୀୟ ସାମଗ୍ରୀ– କଟା ପିଆଜ, କଟା କାକୁଡି, କଟା ଟମାଟୋ, ୧ ଟିସ୍ପୁନ ଜିରା ପାଉଡର, ୧/୨ ଟି ସ୍ପୁନ ଲଙ୍କାଗୁଣ୍ଡ, ୧ଟିସ୍ପୁନ ଲେମ୍ଵୁ ରସ, ସ୍ଵାଦ ଅନୁସାରେ ଲୁଣ।
ବିଧି- କଟା ଟମାଟୋ, ପିଆଜ ଓ କାକୁଡିକୁ ଭଲ ଭାବରେ ମିଶାନ୍ତୁ। ଏଥିରେ ଲୁଣ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲେମ୍ଵୁ ରସ ପକାନ୍ତୁ। ଏହି ମିଶ୍ରଣକୁ ଏକ ଘଣ୍ଟା ଯାଏଁ ଫ୍ରିଜରେ ରଖି ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚଟପଟା ସ୍ପାଇସି ସାଲାଡ୍।