Odia News Portal

ସ୍ଵାଦିଷ୍ଟ ଏବଂ ସୁସ୍ଥ ଗଜାମୁଗ ଚାଟ୍

ଭୁବନେଶ୍ଵର : ଗଜାମୁଗ ଖୁବ୍ ସ୍ଵାସ୍ଥ୍ୟକର। ଏହାକୁ ଖାଇବାକୁ ମଧ୍ୟ ଖୁବ୍ ଲୋକ ପସନ୍ଦ କରନ୍ତି। ଗଜାମୁଗକୁ ବହୁ ଲୋକ ଝାଲ କରି ମଧ୍ୟ ଖାଇ ଥାଆନ୍ତି। ତେବେ ଆମେ ଆପଣଙ୍କୁ ଗଜାମୁଗର ଏକ ସ୍ଵତନ୍ତ୍ର ପ୍ରଣାଳୀରେ ଗଜାମୁଗ ଚାଟ୍ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ।
ଆବଶ୍ୟକୀୟ ସାମଗ୍ରୀ- ୧ କପ୍ ଗଜାମୁଗ, ୧ ଟିସ୍ପୁନ ତେଲ, ଅଧା ଟିସ୍ପୁନ ଶୋରିଷ, ଅଧା ଟିସ୍ପୁନ ଜିରା, ଭୁରୁସୁଙ୍ଗା ପତ୍ର, ୨ଟି କଟା ପିଆଜ, ୧ ଟିସ୍ପୁନ ଅଦା ରଶୁଣ ପେଷ୍ଟ, ଅଧା ଟିସ୍ପୁନ ଲଙ୍କାଗୁଣ୍ଡ, ଏକ ଚୁଟକି ହଳଦୀ ଗୁଣ୍ଡ, ୧ ଟିସ୍ପୁନ ଧନିଆ ଜିରା ଗୁଣ୍ଡ, ଚାଟ୍ ମସଲା, ଗୋଟିଏ କଟା ଟମାଟୋ, ଦହି, ଲୁଣ ସ୍ଵାଦ ଅନୁସାରେ, କଟା ଧନିଆ।
ବିଧି- କଢାଇରେ ତେଲ ଗରମ କରି ଜିରା ଶୋରିଷ ଫୁଟାନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା ଏବଂ ଭୁରୁସୁଙ୍ଗା ପତ୍ର ପକାନ୍ତୁ। ଜିରା ଶୋରିଷ ଫୁଟିଗଲା ପରେ ପିଆଜ ପକାଇ ବାଦାମୀ ରଙ୍ଗ ହେଲା ଯାଏଁ ଭାଜନ୍ତୁ। ଏବେ ଏଥିରେ ଅଦା ରଶୁଣ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆ ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ କଟା ଟମାଟୋ ପକାନ୍ତୁ। ମସଲା ଭଲରେ କଷି ହେଲାପରେ ଏଥିରେ ଗଜା ମୁଗ ପକାଇ ସିଝିବା ପାଇଁ ଅଳ୍ପ ପାଣି ଓ ଲୁଣ ଦିଅନ୍ତୁ। ୪ ରୁ ୫ମିନିଟ୍ ସିଝାଇବା ପରେ ଅଳ୍ପ ଚାଟ୍ ମସଲା ପକାଇ ଗ୍ୟାସ୍ ବନ୍ଦ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗଜାମୁଗ ଚାଟ୍।
ଏହାକୁ ଏକ ପାତ୍ରରେ ବାହାର କରନ୍ତୁ। ଉପରେ କିଛି ଦହି ପକାନ୍ତୁ। କଟା ପିଆଜ, ଟମାଟୋ ଓ କଟା ଧନିଆ ପକାଇ ସଜାଇ ଦିଅନ୍ତୁ। ଗଜାମୁଗ ଚାଟ୍ ଏବେ ଗରମା ଗରମ ପରଷି ଦିଅନ୍ତୁ।