Odia News Portal

ଆଜି ହିଁ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ ଘୁଘୁନି ଚାଟ୍

ଭୁବନେଶ୍ଵର : ସମସ୍ତଙ୍କୁ ପ୍ରାୟ ଚାଟ୍ ଖାଇବାକୁ ଖୁବ୍ ଭଲ ଲାଗେ। ବୋଧହୁଏ ଏପରି କେହି ନାହାଁନ୍ତି ଯାହାକୁ ଚାଟ୍ ଦେଖି ପାଟିରୁ ଲାଳ ନଗଡିବ। ଆଜି ଆମେ ଆପଣଙ୍କୁ ଢାବା ଷ୍ଟାଇଲ ଘୁଘୁନି ଚାଟ୍ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ବିଷୟରେ କହିବାକୁ ଯାଉଛୁ। ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।
ଆବଶ୍ୟକୀୟ ସାମଗ୍ରୀ- ୨୫୦ ଗ୍ରାମ ଧଳା ମଟର, ୧ଟିସ୍ପୁନ ଲୁଣ, ୧ ଟେବୁଲ ସ୍ପୁନ ତେଲ, ୧ ଟିସ୍ପୁନ ଅଦା ପେଷ୍ଟ, ୧ ଟେବୁଲସ୍ପୁନ ରଶୁଣ ପେଷ୍ଟ, ୧୨୦ ଗ୍ରାମ ପିଆଜ ପୟୁରୀ, ୧୮୦ ଗ୍ରାମ ଟମାଟୋ ପ୍ୟୁରୀ, ଶ୍ଚ ଟେବୁଲ ସ୍ପୁନ ହଳଦୀ, ୧ ଟିସ୍ପୁନ ଧନିଆ ଗୁଣ୍ଡ, ୧ ଟିସ୍ପୁନ ଗରମ ମସଲା, ୧ ଟିସ୍ପୁନ ଜିରା ପାଉଡର, ୧ ଟିସ୍ପୁନ ଲଙ୍କାଗୁଣ୍ଡ, ୧ ଟଏବୁଲସ୍ପୁନ ଲେମ୍ବୁରସ, କଞ୍ଚାଲଙ୍କା, ଚାଟ୍ ମସଲା।
ବିଧି- ମଟରକୁ ୭ରୁ ୮ ଘଣ୍ଟା ଭିଜେଇ ଦିଅନ୍ତୁ। ଏହାକୁ ହଳଦୀ ଲୁଣ ଦେଇ ସିଝାଇ ଦିଅନ୍ତୁ। ମଟର ସିଝି ଗଲାପରେ ସିଝା ପାଣିକୁ ବାହାର କରି ଫୋପାଡି ଦିଅନ୍ତୁ। ଏବେ ଏକ ପ୍ୟାନରେ ତେଲ ଗରମ କରି ଅଦା ରଶୁଣ ପେଷ୍ଟ ପକାଇ ୨ ମିନଟ ଯାଏଁ ଭାଜି ନିଅନ୍ତୁ। ଏହାପରେ ଟମାଟୋ ଓ ପିଆଜ ପ୍ୟୁରୀ ପକାଇ ଭାଜନ୍ତୁ। ମସଲା ସବୁକୁ ୫ରୁ ୭ ମିନିଟ୍ ଯାଏଁ ଭାଜିବା ପରେ ଶୁଖିଲା ମସଲା ସବୁ ମିଶାନ୍ତୁ। ଏବେ ଧିମା ଆଞ୍ଚରେ ମଟର ପକାଇ ୧୦ ମିନିଟ୍ ଯାଏଁ ରାନ୍ଧନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚଣା ଚାଟ୍। ଏହା ଅଳ୍ପ ଥଣ୍ଡା ହୋଇଗଲା ପରେ ଲେମ୍ବୁରସ, କଟା ପିଆଜ, ଟମାଟୋ ପକାନ୍ତୁ। ଏହାକୁ ଗାର୍ଣ୍ଣିସ୍ କରିବା ପାଇଁ କିଛି କଟା ଧନିଆ ଉପରେ ପକାନ୍ତୁ।