Odia News Portal

ଗ୍ରାହକଙ୍କ ପାଇଁ ଦମଦାର୍‌ ଅଫର୍‌

ଟେଲିକମ କମ୍ପାନୀ ଭୋଡାଫୋନ ବର୍ତ୍ତମାନ ନିଜର ୧୨୯ ଟଙ୍କା ପ୍ରିପେଡ୍‌ ପ୍ଲାନରେ ବଡ ପରିବର୍ତ୍ତନ ଜାରି କରିଛି। ଗତ କିଛି ଦିନ ପୂର୍ବରୁ ଭୋଡାଫୋନ ନିଜର ପ୍ରିପେଡ୍‌ ରିଚାର୍ଜ ପ୍ଲାନରେ ପରିବର୍ତ୍ତନ କରିଆସୁଛି। ରିପୋର୍ଟ ଅନୁଯାୟୀ କମ୍ପାନୀ ୫୫୫ ଟଙ୍କା ପ୍ଲାନରେ ବଡ ପରିବର୍ତ୍ତନ କରିବା ପରେ ଏବେ ୧୨୯ ଟଙ୍କା ଭୋଡାଫୋନ ପ୍ଲାନକୁ ମଧ୍ୟ ସଂଶୋଧିତ କରାଯାଇଛି। ତେବେ ଜାଣନ୍ତୁ ଆପଣ ଭୋଡାଫୋନର ୧୨୯ ଟଙ୍କା ପ୍ଲାନରେ କେଉଁ ଲାଭ ପାଇପାରିବେ ଏବଂ ଏଥିସହ କଣ ପରିବର୍ତ୍ତନ ହୋଇଛି।

ସୂଚନା ମୁତାବକ ୧୨୯ ଟଙ୍କିଆ ଭୋଡାପୋନ ପ୍ଲାନକୁ ୧୪ ଦିନର ଭାଲିଡିଟି ସହ ଲଞ୍ଚ କରାଯାଇଥିଲା କିନ୍ତୁ ଏବେ ୟୁଜର୍ସଙ୍କୁ ଏହି ପ୍ଲାନ ସହ ୨୪ ଦିନର ବୈଧତା ପାଇପାରିବେ। ସୂଚନା ଅନୁଯାୟୀ ଭୋଡାଫୋନର ଏହି ୧୨୯ ଟଙ୍କା ପ୍ଲାନ ବର୍ତ୍ତମାନ ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ମୁମ୍ବାଇରେ ଉପଲବ୍ଧ ହୋଇଛି। କିନ୍ତୁ ରାଜସ୍ଥାନରେ ଭୋଡାଫୋନର ଏହି ପ୍ଲାନ ୨୧ ଦିନର ବୈଧତା ସହ ଉପଲବ୍ଧ ରହିଛି। ଏହି ପ୍ଲାନ ସହ ୟୁଜରମାନେ କୌଣସି ବି ନେଟଓ୍ଵାର୍କରେ ଅନଲିିମିଟେଡ କଲିଂର ସୁବିଧା ପାଇପାରିବେ।

ଏହାବ୍ୟତୀତ ୟୁଜର୍ସମାନେ 2GB ଡାଟା ସହ ୩୦୦ ଏସଏମଏସ୍‌ ମଧ୍ୟ କରିପାରିବେ। ଏହା ବ୍ୟତୀତ ଅନ୍ୟ ଫାଇଦା ବିଷୟରେ କହିବାକୁ ଗଲେ ଏହି ପ୍ଲାନରେ ଭୋଡାଫୋନ ପ୍ଲେ ଆପ୍‌ (Vodafone play) ଏବଂ ଜି୫ (ZEE5) ସବ୍ସକ୍ରିପ୍ସନର ଆକ୍ସେସ୍‌ ପାଇପାରିବେ।