Odia News Portal

ଖାଦ୍ୟରେ ଲୁଣ କମ୍ କରିବାକୁ ଚାହୁଁଛନ୍ତି କି.. ଆପଣାନ୍ତୁ ଏହି ଉପାୟ 

ବର୍ତ୍ତମାନ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ଡାକ୍ତର ଅନେକ କିଛି ଖାଇବାକୁ ବାରଣ କରିଥାନ୍ତି । ସେଥି ମଧ୍ୟରୁ ଲୁଣ ଅନ୍ୟତମ। ଖାଦ୍ୟରେ ଅଧିକ ଲୁଣର ବ୍ୟବହାର କ୍ଷତିକାରକ। ଏହା କେବଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ନୁହେଁ ବରଂ ଅଧିକ ଲୁଣ ଖାଇବା ଫଳରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ଦେହରୁ  ଜଳୀୟଅଂଶ ମଧ୍ୟ କମ୍ ହୋଇଥାଏ। ଏପରିକି କ୍ୟାନ୍‌ସର, କିଡ୍‌ନୀ ଷ୍ଟୋନ୍ ଏବଂ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏଣୁ ଲୁଣକୁ ଅନେକ ଲୋକେ କମ୍ ଖାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଉଛନ୍ତି। ତେବେ ଜାଣନ୍ତୁ ଲୁଣ ଛାଡିବା ଲାଗି କିଛି ସହଜ ଉପାୟ: -ଖାଦ୍ୟରେ ହର୍‌ବ ଲୁଣ ବ୍ୟବହାର କରନ୍ତୁ। ଏହା ବଜାରରେ ସହଜରେ ମିଳିଥାଏ। ନଚେତ ଜୁଆଣି ପତ୍ର, ପୋଦିନା, ଧଣିଆ, ତୁଳସୀପତ୍ର ବ୍ୟବହୃତ ଲୁଣ ବ୍ୟବହାର କରିବାକୁ ପଡ଼ିଥାଏ।
-ଗାମାସିଓ ଏକ ସ୍ବତନ୍ତ୍ର ଲୁଣ । ଖାଦ୍ୟରେ ଲୁଣ ଭାଗ କମ୍ କରିବାକୁ ଜାପାନ ଲୋକ ଏହାର ବ୍ୟବହାର କରିଥାନ୍ତି। ଏହା ସହ ଖାଦ୍ୟ ପ୍ରସ୍ତୁତିରେ ଅଧିକ ପରିମାଣରେ ଅଦାର ବ୍ୟବହାର କରନ୍ତୁ। ଏହାକୁ ତିଆରି କରିବା ପାଇଁ ରାଶି ମଞ୍ଜିର ୫ ଭାଗରେ ୧ ଭାଗ ଲୁଣ ମିଶିଥାଏ।
-ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିବା ଉଚିତ । କିଛି ତରକାରିରେ ଅଳ୍ପ ଲୁଣ ମିଶାଇବାର ଥିଲେ ସେଠାରେ ଆପଣ ଜିରା, ପିଆଜ, ଅଦା ପାଉଡର, ପୋଦିନା ପାଉଡର ଆଦି ପକାନ୍ତୁ।