Odia News Portal

କେତେ ଉପକାରୀ ବାସି ରୁଟି 

ବାସି ରୁଟି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ।
ଏଥିପାଇଁ ଆମେ ରାତିର ବାସି ରୁଟିକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିଥାଉ। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ
ଜାଣନ୍ତୁ ସେ ସମ୍ପର୍କରେଟ୍ଟ ଡାଇବେଟିସ୍ ରୋଗୀଙ୍କ ପାଇଁ ବାସି ରୁଟି ବହୁତ ଉପକାରୀ। ଯଦି ଆପଣଙ୍କୁ ଡାଇବେଟିସ୍ ଅଛି ତେବେ ସକାଳେ ବାସି ରୁଟିକୁ କ୍ଷୀର ସହ ଖାଆନ୍ତୁ। ଏହା ଶରୀରରେ ଶର୍କରା ସ୍ତରକୁ ସନ୍ତୁଳିତ ରଖିଥାଏ। ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ଅଛି ତେବେ କ୍ଷୀର ସହ ବାସି ରୁଟି ଖାଆନ୍ତୁ।
ଏହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ପେଟ ସମସ୍ୟା ଏବଂ ଏସିଡିଟିରୁ ରକ୍ଷା ପାଇବା ପାଇଁ ସକାଳେ କ୍ଷୀର ସହ ବାସି ରୁଟି ବେଶ୍ ସ୍ବାସ୍ଥ୍ୟପ୍ରଦ। ବିଭିନ୍ନ ଫିଟ୍‌ନେସ୍ ସେଣ୍ଟର ଏବଂ ଜିମ୍‌ରେ ଏକ୍ସରସାଇଜ୍ ବେଳେ ସକାଳେ ବାସି ରୁଟି ଖାଇବାକୁ ପରାମର୍ଶ ଦିଆଯାଇଥାଏ। ସଜ ରୁଟି ତୁଳନାରେ ବାସି ରୁଟି ବେଶ୍ ଲାଭପ୍ରଦ। କାରଣ ବାସି ରୁଟି ଅଧିକ ସମୟ ପର‌୍ୟ୍ୟନ୍ତ ରହିବା ଦ୍ୱାରା ଏଥିରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ।