ନୁଆଦିଲ୍ଲୀ : ସପ୍ତାହର ପ୍ରଥମ ଦିନରେ ସୁନା-ରୂପା ଦାମ ଖସିଛି । ଗ୍ଲୋବାଲ୍ ମାର୍କେଟରେ ଦୁର୍ବଳତା ଯୋଗୁଁ ସୋମବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନାର ଦାମ୍ ୨୩୩ ଟଙ୍କା ହ୍ରାସ ପାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ଖସିଛି । ଏକ କିଲୋଗ୍ରାମ ରୂପାର ଦାମ୍ ୧୫୭ ଟଙ୍କା ହ୍ରାସ ପାଇଛି । କହିରଖୁଛୁ ଶୁକ୍ରବାର ସୁନାର ଦାମ୍ ବଢିଥିଲା । ଶୁକ୍ରବାର ସୁନା ୭୫ ଟଙ୍କା ମହଙ୍ଗା ହୋଇଯାଇଥିଲା । ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ଜଣେ ଅଧିକାରୀଙ୍କ ଅନୁସାରେ କରୋନା ଭାଇରସକୁ ରୋକିହେବ ଏବଂ ଏହାର ଉପଚାର ମଧ୍ୟ କରିହେବ । ଏହି ଖବର ପରେ ସୁନା ଦାମ୍ ଲୋୟର ରେଞ୍ଜରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି ।
ସୁନାର ନୂଆ ଦାମ୍
ସୋମବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୨୪ କ୍ୟାରେଟ୍ ସୁନାର ଦାମ୍ ୪୧,୭୯୮ ଟଙ୍କାରୁ ହ୍ରାସ ପାଇ ୪୧,୫୬୫ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ୧୫୭୯ ଡଲାର୍ ପ୍ରତି ଆଉନ୍ସ ଓ ରୂପା ୧୭.୭୪ ଡଲାର୍ ପ୍ରତି ଆଉନ୍ସ ରହିଛି ।
ରୂପାର ନୂଆ ଦାମ୍
ଉଦ୍ୟେଗିକ ଡିମାଣ୍ଡ ଖସିବା ଯୋଗୁଁ ରୂପା ମଧ୍ୟ ଶସ୍ତା ହୋଇଯାଇଛି । ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ରୂପା ଦାମ୍ ୪୭,୩୨୭ ଟଙ୍କାରୁ ହ୍ରାସ ପାଇ ୪୭,୧୭୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି ।
HDFC ସିକ୍ୟେରିଟିଜ୍ ସିନିୟର ଆନାଲିଷ୍ଟ(କମୋଡିଟିଜ୍) ତପନ ପଟେଲ୍ କହିଛନ୍ତି କି ଚୀନରେ ବ୍ୟାପିଥିବା କରୋନା ଭାଇରସ ରୋକିବା ଓ ଏହାର ଉପଚାର ଖବର ଆସିବା ପରେ ସୁନା-ରୂପା ଦାମ୍ ଉପରେ ଏହାର ପ୍ରଭାବ ପଡିଛି ।