ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ସୁନା ଓ ରୂପା ଦର ଯେତିକି ହ୍ରାସ ପାଇଛି । ଏହି ସପ୍ତାହ ମଧ୍ୟରେ ଏହାର ଦର ହ୍ରାସ ପାଇବାରେ ରେକର୍ଡ ହୋଇଛି । ସୁନା ଓ ରୂପା ଦରରେ ଲଗାତାର ହ୍ରାସ ପରିଲକ୍ଷିତ ହେଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍ସିଏକ୍ସରେ ସୁନାଦର ପ୍ରତି ୧୦ ଗ୍ରାମ ୪.୨୫ ପ୍ରତିଶତ ହ୍ରାସ ପାଇ ୧,୮୦୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାରେରେ ଏହାର୍ ଫ୍ୟୁଚର ପ୍ରାଇସ୍ ୪୦,୪୧୬ ଟଙ୍କାରେ ପହଞ୍ଚିଛି ।
ସେହିପରି ରୂପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ରୂପାଦର ପ୍ରାୟ ୮ ପ୍ରତିଶତ ବା ପ୍ରତିକିଲୋ ୩,୬୭୯ ଟଙ୍କା ହ୍ରାସ ପାଇ ୪୦,୪୬୦ ଟଙ୍କାରେ ପହଞ୍ଚିଛି ।
ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଥିବା ବେଳେ ଭାରତୀୟ ବଜାରରେ ମଧ୍ୟ ଏହା ହ୍ରାସ ପାଇଛି । ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ଏବେ ନିବେଶକମାନେ କରୋନା ଭୟରେ ନିବେଶ କରିବା ପାଇଁ ଭୟ କରୁଥିବାରୁ ସୁନାର ଚାହିଦା ହ୍ରାସ ପାଇଛି ।
ଅନ୍ତର୍ଜାତୀୟ ବଜାରରେ ସ୍ପଷ୍ଟ ଗୋଲ୍ଡ ବା ସୁନାର ଦର ୨.୯ ପ୍ରତିଶତ ହ୍ରାସ ପାଇ ୧,୫୨୯.୮୩ ଡଲାର ପ୍ରତି ଆଉନସ୍ ପହଞ୍ଚିଛି। କରୋନା ଯୋଗୁଁ ଏବେ ଚୀନ୍ର ଆର୍ଥିକ ଅବସ୍ଥା ବିଗିଡି ଯାଇଛି । ଏଥିପାଇଁ ଚୀନ୍ରେ ସୁନାର ଚାହିଦା ହ୍ରାସ ପାଇଛି ।
