ଭୁବନେଶ୍ୱର : ରିଟେଲ୍ ଆଉଟ୍ଲେଟ୍ରେ ଗ୍ରାହକମାନଙ୍କୁ ସ୍ପର୍ଶବିହୀନ ସୁବିଧା ପ୍ରଦାଦ କରିବା ଲାଗି ଭୋଡାଫୋନ୍ ଆଇଡିଆ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ରିଟେଲ୍ ଆଉଟ୍ଲେଟ୍ରେ ଗ୍ରାହକ ଏବଂ ରିଟେଲର୍ଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବା ସହିତ ଏହି ସୁବିଧା ପ୍ରଦାନ କରାଯିବ । ଭୋଡାଫୋନ୍ ଆଇଡିଆ ସ୍ମାର୍ଟ କନେକ୍ଟ ରିଟେଲର୍ ଆପ୍ ଜରିଆରେ ଏହି କାର୍ଯ୍ୟ ହୋଇପାରିବ । ଏଥିରେ ଗ୍ରାହକଙ୍କୁ ନିଜର ଫୋନ୍ ରିଟେଲର୍ଙ୍କୁ ଦେବାକୁ ପଡ଼ିବ ନାହିଁ । ଗ୍ରାହକ କିମ୍ବା ରିଟେଲର୍ ମୋବାଇଲ୍ ନମ୍ବରକୁ ପାଟିରେ କହିବା ପରେ ଗୁଗୁଲ୍ ଭଏସ୍ ବ୍ୟବସ୍ଥା ଜରିଆରେ ତାହା ଦଶ ଫୁଟ ଦୂରତାରୁ ମଧ୍ୟ ଗ୍ରହଣୀୟ ହୋଇପାରିବ ।
ସାଧାରଣତଃ ରିଟେଲର ପଏଂଟ୍ରେ ରିଚାର୍ଜ କରିବା ବେଳେ ଗ୍ରାହକମାନେ ନିଜ ଫୋନ୍କୁ ରିଟେଲରଙ୍କୁ ଦେଇଥାନ୍ତି । ସ୍ମାର୍ଟ କନେକ୍ଟ ରିଟେଲର୍ ଆପ୍ରେ ସେମାନେ ମୋବାଇଲ ନମ୍ବରକୁ ଟାଇପ୍ କରିବା ପରେ ନିଶ୍ଚିତ ହେବା ଲାଗି ଗ୍ରାହକଙ୍କୁ ଦେଖାଇଥାନ୍ତି । ବର୍ତମାନ ପରିସ୍ଥିତିରେ କିନ୍ତୁ ଏହା ସମ୍ଭବପର ନୁହେଁ । ଯେହେତୁ ଦେଶର ବିଭିନ୍ନ ଗ୍ରିନ୍ ଓ ଅରେଂଜ୍ ଜୋନ୍ରେ ରିଟେଲ୍ ପଏଂଟ୍ଗୁଡ଼ିକ ଖୋଲିବା ଆରମ୍ଭ ହେଲାଣି ଭୋଡାଫୋନ୍ ଆଇଡିଆ ପକ୍ଷରୁ ସମ୍ପୂର୍ଣ୍ଣ ସାମାଜିକ ଦୂରତ୍ୱ ପ୍ରୋଟୋକଲ୍କୁ ବ୍ୟବହାର କରାଯାଇଛି । ସ୍ପର୍ଶବିହୀନ ରିଚାର୍ଜକୁ ନିଶ୍ଚିତ କରିବା ଲାଗି ସ୍ମାର୍ଟ କନେକ୍ଟ ଆପ୍ରେ ସ୍ୱର ବା ଭଏସ୍ ଭିତିକ ରିଚାର୍ଜ ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ସୁବିଧା ସମସ୍ତ ଭୋଡାଫୋନ୍ ଆଇଡିଆର ନିଜସ୍ୱ ଷ୍ଟୋର୍ ଓ ମଲ୍ଟି ବ୍ରାଣ୍ଡ୍ ୁଷ୍ଟୋର୍ରେ ଉପଲବ୍ଧ ହେଉଛି ।
ଏ ସଂକ୍ରାନ୍ତରେ ଭୋଡାଫୋନ୍ ଆଇଡିଆର ଚିଫ୍ ଅପରେଟିଂ ଅଫିସର ଅମ୍ବରିଶ ଜୈନ କହିଛନ୍ତି ଯେ, ଏକ ଗ୍ରାହକ କୈନ୍ଦ୍ରୀକ ଟେଲିକମ୍ କଂପାନି ଭାବେ ଆମେ ସମୟ ଅନୁସାରେ ଗ୍ରାହକଙ୍କୁ ସୁହାଇବା ଭଳି ସେବା ଓ ଉତ୍ପାଦ ଯୋଗାଇ ଦେବାକୁ ଉଦ୍ୟମ କରୁଛୁ ଏବଂ ଗ୍ରାହକଙ୍କୁ ସର୍ବଦା ଯୋଗାଯୋଗରେ ରଖୁଛୁ । ଆମର ଡିଜିଟାଲ୍ ପ୍ରଥମ ଦର୍ଶନରେ, ଆମେ ଆମର ସେବା ପ୍ରଦାନ ପ୍ରକ୍ରିୟାକୁ ଆମର ୩୦୦ ନିୟୁତ ଗ୍ରାହକଙ୍କ ପାଇଁ ସୁବିଧାଜନକ ଏବଂ ପ୍ରଭାବୀ କରିପାରିଛୁ । ଶିଳ୍ପର ପ୍ରଥମ ସ୍ୱର ଭିତିକ ସ୍ପର୍ଶବିହୀନ ରିଚାର୍ଜ ବ୍ୟବସ୍ଥାରେ ବିନା ସ୍ପର୍ଶରେ ରିଚାର୍ଜ ହୋଇପାରିବ ଏବଂ ଏହା ବର୍ତମାନ ସମୟ ପାଇଁ ବେଶ ଉପଯୋଗୀ ଯେତେବେଳେ ସୁରକ୍ଷିତ ରହିବା ଲାଗି ସାମାଜିକ ଦୂରତ୍ୱ ବଜାୟ ରଖିବା ବେଶ ଆବଶ୍ୟକ ହୋଇପଡ଼ିଛି ।’’
ବର୍ତମାନ ସ୍ୱର ଭିତିକ ରିଚାର୍ଜ ସେବା ହିନ୍ଦୀ ଓ ଇଂରାଜି ଭାଷାରେ ଉପଲବ୍ଧ ହେଉଛି । ପର୍ଯ୍ୟାୟକ୍ରମେ ଅଧିକ ସଂଖ୍ୟକ ଭାଷାକୁ ଏଥିରେ ଯୋଗ କରାଯିବ । କଂପାନିର ୱେବସାଇଟ୍ ଓ ହ୍ୱାଟସଆପ୍ରେ ଏଆଇର ଶକ୍ତି ଥିବା ବିଓଟି ସେବା ଆରମ୍ଭ ହେବା ସହିତ ଡିଜିଟାଲ୍ ମାଧ୍ୟମରେ ଗ୍ରାହକମାନେ ଯେଭଳି ରିଚାର୍ଜ କରିପାରିବେ ସେଥିପାଇଁ ଅନେକ ବ୍ୟବସ୍ଥା କରାଯାଇଛି ।