Odia News Portal

ଜିଓ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ବଡ଼ ଉପହାର

ରିଲାୟନ୍ସ ଜିଓ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛି। ଏବେ ପ୍ରିପେଡ୍‌ ପ୍ଲାନ୍‌ ଶେଷ ହେବା ପରେ ମଧ୍ୟ ରିଲାୟନ୍ସ ଜିଓ ୟୁଜର ୨୪ ଘଣ୍ଟା ଅନ୍‌ଲିମିଟେଡ୍‌ କଲିଂର ମଜା ଉଠାଇପାରିବେ। ତେବେ ଏହି ପ୍ଲାନ୍‌ କେବଳ ଭ୍ୟାଲିଡିଟି ସରିଯାଇଥିବା ଗ୍ରାହକଙ୍କ ପାଇଁ ଲାଗୁ ହେବ ବୋଲି ଜଣାଯାଇଛି।

ଆପେ ଆପେ ଆକ୍ଟିଭ୍‌ ହେବ ପ୍ଲାନ୍‌:

ରିପୋର୍ଟ ମୁତାବକ ପ୍ରିପେଡ୍‌ ପ୍ଲାନ୍‌ ଶେଷ ହେବା ପରେ ଏହି ଗ୍ରେସ୍‌ ପ୍ଲାନ୍‌ ଆପେ ଆପେ ଆକ୍ଟିଭ୍‌ ହୋଇଯିବ। ମାତ୍ର ଏହି ଅତିରିକ୍ତ ସୁବିଧା ଭ୍ୟାଲିଡିଟି ଶେଷ ହେବାର ମାତ୍ର ୨୪ ଘଣ୍ଟା ପର୍ଯ୍ୟନ୍ତ ହିଁ କାମ କରିବ। ଏହି ସମୟରେ ୟୁଜର ଜିଓରୁ ଜିଓକୁ ଅନ୍‌ଲିମିଟେଡ୍‌ କଲ୍‌ କରିବାର ସୁବିଧା ପାଇପାରିବେ। ମାତ୍ର ଏଥିରେ ୟୁଜର ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ନାହିଁ।

ତେବେ ଏନେଇ ଜିଓ ତରଫରୁ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ। ଏଣୁ ଏହି ଅଫର କେବଳ କେତେକ ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ ଦିଆଯାଉଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ କରୋନା ସ୍ଥିତିରେ ଜିଓ ଲୋକଙ୍କୁ ବହୁତ ସାହାଯ୍ୟ କରୁଛି। ଯେଉଁମାନେ ରିଚାର୍ଜ କରିପାରୁନାହାନ୍ତି ଜିଓ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଥିବା ଜଣାଯାଇଛି।