Odia News Portal

ବାରମ୍ବାର ରିଚାର୍ଜ ନକରି ଥରେ କରନ୍ତୁ ବର୍ଷିକିଆ ରିଚାର୍ଜ, ପାଆନ୍ତୁ ଅନଲିମିଟେଡ୍ କଲିଂ ଓ ଡାଟା

ନୂଆଦିଲ୍ଲୀ : ଜିଓ, ଆଇଡିଆ-ଭୋଡାଫୋନ୍ ଓ ଏୟାରଟେଲ୍ ପାଖରେ ୩୬୫ ଦିନର ଭ୍ୟାଲିଡିଟି ଥିବା ଅନେକ ରିଚାର୍ଜ ପ୍ଲାନ୍ ରହିଛି । ଏହି ପ୍ଲାନରେ ଅନଲିମିଟେଡ୍ କଲିଂ, ଡାଟା ଓ ଫ୍ରି ଏସଏମଏସ ଭଳି ସୁବିଧା ମିଳୁଛି । ଆଜି ଆମେ ଆପଣଙ୍କୁ ଏହି ଟେଲିକମ୍ କମ୍ପାନୀଙ୍କ ସେହି ପ୍ଲାନ୍ ସମ୍ପର୍କରେ କହିବୁ ଯେଉଁଥିରେ ବର୍ଷକର ଭ୍ୟାଲିଡିଟି ମିଳିଥାଏ ।

ଏୟାରଟେଲର ୩୬୫ ଦିନିଆ ପ୍ଲାନ୍
୨୪୯୮ ଟଙ୍କିଆ ପ୍ଲାନ୍
୩୬୫ ଦିନର ଭ୍ୟାଲିଡିଟି ଥିବା ଏହି ପ୍ଲାନରେ ମଧ୍ୟ ସମସ୍ତ ନେଟୱର୍କରେ ଅନଲିମିଟେଡ୍ କଲିଂ ସହିତ ପ୍ରତିଦିନ ୨ ଜିବି ଡାଟା ମିଳେ । ଏହିଭଳି ଗ୍ରାହକଙ୍କୁ ମୋଟ ୭୩୦ ଜିବି ଡାଟା ମିଳିଥାଏ । ଏହା ବ୍ୟତୀତ ଗ୍ରାହକଙ୍କୁ ପ୍ରତି ଦିନ ୧୦୦ ଏସଏମଏସ୍ ମଧ୍ୟ ମିଳିଥାଏ । ଏଥିରେ ଜି ପ୍ରାଇମର ସବସ୍କ୍ରିପ୍ସନ ଫ୍ରି ମିଳୁଛି ।

୨୩୯୮ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହିତ ପ୍ରତିଦିନ ୧.୫ ଜିବି ଡାଟା ପ୍ରତିଦିନ ମିଳିଥାଏ । ଏହା ବ୍ୟତୀତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସଏମଏସ୍ ମଧ୍ୟ ମିଳିଥାଏ । ଏଥିରେ ଜି ପ୍ରାଇମର ସବସ୍କ୍ରିପ୍ସନ ଫ୍ରି ମିଳୁଛି ।

୧୪୯୮ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ମଧ୍ୟ ସମସ୍ତ ନେଟୱର୍କରେ ଅନଲିମିଟେଡ୍ କଲିଂ ସହିତ ୨୪ ଜିବି ଡାଟା(ବାର୍ଷିକ) ମିଳିଥାଏ । ଏହା ବ୍ୟତୀତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସଏମଏସ୍ ମଧ୍ୟ ମିଳିଥାଏ । ଏଥିରେ ଜି ପ୍ରାଇମର ସବସ୍କ୍ରିପ୍ସନ ମଧ୍ୟ ମିଳୁଛି ।

ଜିଓର ୩୬୫ ଦିନିଆ ପ୍ଲାନ୍
୨୩୯୯  ଟଙ୍କିଆ ପ୍ଲାନ୍
ଏଥିରେ  ଆପଣ ଦୈନିକ ୨ GB ଡାଟା ପାଇବେ, ଅର୍ଥାତ୍ ସମ୍ପୂର୍ଣ୍ଣ ବୈଧତା ମଧ୍ୟରେ ଆପଣଙ୍କୁ ୭୩୦ GB ଡାଟା ମିଳିବ ।  ଏହି ଯୋଜନାର ବୈଧତା ହେଉଛି ୩୬୫ ଦିନ । ଜିଓ ବ୍ୟତୀତ ଏଥିରେ ଅନ୍ୟ ନେଟୱାର୍କରେ ମଧ୍ୟ ଅସୀମିତ କଲିଂ ସୁବିଧା ମିଳିବ । ଡେଲି  100 SMS ର ସୁବିଧା ବ୍ୟତୀତ, ମାଇଁ Jio, JioCinema ଏବଂ JioTV ସହିତ ଅନ୍ୟାନ୍ୟ ଆପ୍ସକୁ ମାଗଣା ଏଣ୍ଟ୍ରି ମିଳିବ ।

୨୧୨୧ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ଗ୍ରାହକ ଦୈନିକ ୧.୫ GB ଡାଟା ପାଇବେ ଅର୍ଥାତ୍ ସମୁଦାୟ ୫୦୪ GB ଡାଟା । ଏଥିରେ, ଜିଓରୁ ଜିଓ ପାଇଁ ଅସୀମିତ କଲିଂ ଏବଂ ଅନ୍ୟାନ୍ୟ ନେଟୱାର୍କ ପାଇଁ ୧୨୦୦୦ ମିନିଟ୍ ପାଇବେ ଗ୍ରାହକ । ପ୍ରତିଦିନ 100 ଟି SMS ଏବଂ JioCinema, My Jio app ରେ ଉପଲବ୍ଧ JioTV ସହିତ ଅନ୍ୟାନ୍ୟ ଆପ୍ସ ମଧ୍ୟ ମାଗଣାରେ ଉପଲବ୍ଧ ହେବ । ଏହି ପ୍ଲାନର ବୈଧତା ମଧ୍ୟ ୩୬୫ ଦିନ ।

ଭୋଡାଫୋନ୍-ଆଇଡିଆର ୩୬୫ ଦିନ ଭ୍ୟାଲିଡିଟ୍ ପ୍ଲାନ୍
୨୩୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହିତ ପ୍ରତିଦିନ ୧.୫ ଜିବି ଡାଟା ଓ ଡେଲି ୧୦୦ ଏସଏମଏସ୍ ମିଳିବ । ଏହା ସହିତ ଭୋଡାଫୋନ୍ ୟୁଜର୍ସଙ୍କୁ ଭୋଡାଫୋନ୍ ପ୍ଲେ ଓ Zee5 ର ସବସ୍କ୍ରିପ୍ସନ ମିଳିବ ।

୧୪୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ୍ କଲିଂ ସହିତ ବାର୍ଷିକ ୨୪ ଜିବି ଡାଟା ମିଳିବ । ଏଥିରେ ପ୍ରତିଦିନ ୧୦୦ ଏସଏମଏସ୍ ସୁବିଧା ମଧ୍ୟ ମିଳିବ ।