ନୂଆଦିଲ୍ଲୀ : ଖସିଲା ସୁନା ଦାମ୍ । ସପ୍ତାହର ପ୍ରଥମ କାରବାର ଦିନରେ ସୁନା ଶସ୍ତା ହୋଇଛି । ଏଚଡିଏଫସି ସିକ୍ୟୋରିଟିଡ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ଖସିଥିବା ଦେଖିବାକୁ ମିଳିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ଦାମରେ ଅଧିକ କିଛି ବ୍ୟତିକ୍ରମ ଦେଖିବାକୁ ମିଳିନି ।
ସୁନାର ନୂଆ ଦାମ୍
ଏଚଡିଏଫସି ସିକ୍ୟେରିଟିଡ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଦିଲ୍ଲୀ ସର୍ରୋଫା ବଜାରରେ ଗୋଲ୍ଡର ନୂଆ ଦାମ୍ ୨୬ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇ ୪୯,୨୪୫ ଟଙ୍କାକୁ ଖସିଆସିଛି । ଏହା ପୂର୍ବରୁ ଶୁକ୍ରବାର ଦାମ୍ ୪୯,୨୭୧ ଟଙ୍କା ପ୍ରତି ୧୦ ଗ୍ରାମ୍ ରହିଥିଲା ଦାମ୍ ।
ରୂପାର ନୂଆ ଦାମ୍
ରୂପାର ନୂଆ ଦାମ୍ ୪୯,୪୬୧ ଟଙ୍କା ପ୍ରତି କିଲୋଗ୍ରାମ ରହିଛି । ଏହା ପୂର୍ବରୁ ଶୁକ୍ରବାର ରୂପା ଦାମ୍ ୪୯,୪୬୫ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା ।
ଏହି ସପ୍ତାହରେ ୫୦ ହଜାର ହୋଇପାରେ ସୁନା
ବିଶେଷଜ୍ଞଙ୍କ କହିବାନୁସାରେ ଚଳିତ ସପ୍ତାହରେ ସୁନା ଦାମ୍ ୫୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପହଞ୍ଚିପାରେ । ଦିୱାଲୀ ସୁଦ୍ଧା ସୁନା ଦାମ୍ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭାବନା ମଧ୍ୟ ରହିଛି ବୋଲି ଆକଳନ କରାଯାଉଛି । ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥାରେ ଜବରଦସ୍ତ ପ୍ରଭାବ ସୁନା ବଜାର ଉପରେ ପଡିଛି ।