Odia News Portal

ଟିକଟକକୁ କିଣିପାରେ ଏହି କମ୍ପାନୀ

ନୂଆଦିଲ୍ଲୀ : ଚାଇନିଜ୍ ଆପ୍ ଟିକଟକକୁ ପ୍ରଥମେ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରିଥିଲା। ଏହାପରେ ଆମେରିକା ମଧ୍ୟ ତାକୁ ବ୍ୟାନ୍ କରିବାର ପ୍ରସ୍ତୁତି ଚଲାଇଛି।  ଏହାକୁ ନେଇ ନିଜେ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ସେକ୍ରେଟରୀ ଅଫ୍ ଷ୍ଟେଟ୍ ମାଇକ୍ ପୋମ୍ପିଓ ବହୁବାର ବୟାନ ଦେଇ ସାରିଛନ୍ତି। କିନ୍ତୁ ଗତ ୨୪ ଘଣ୍ଟାରେ, ଯାହାକିଛି ହେଉଛି ତାହା ଖୁବ୍ ଆଶ୍ଚର୍ଯ୍ୟକର। ତାଜା ଖବର ଅନୁସାରେ, ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ଟିକଟକକୁ ଅଧିଗ୍ରହଣ କରିପାରେ।

ଶୁକ୍ରବାର ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ପ୍ଲାନ ଯେ, ବାଇଟଡ୍ୟାନ୍ସ (ByteDance) ଯାହାକି ଟିକଟକର ପାରେଣ୍ଟ କମ୍ପାନୀ ଅଟେ, ତାହା ଟିକଟକର ଓ୍ବନରସିପ ବିକ୍ରି କରିଦେଇଛି। ଏହି ରିପୋର୍ଟ ସାମନାକୁ ଆସିବାର କିଛି ସମୟ ପରେ ମିଡିଆରେ ଆଉ ଏକ ରିପୋର୍ଟ ସାମନାକୁ ଆସିଥିଲା, ଯାହା ଅନୁସାରେ ମାଇକ୍ରୋସଫ୍ଟ ଟିକଟକର ଆମେରିକୀୟ ଅପରେସନ୍ କିଣିପାରେ। ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ଅନୁସାରେ, ମାଇକ୍ରୋସଫ୍ଟ ଓ ବାଇଟଡ୍ୟାନ୍ସ ଭିତରେ ଆଡଭାନ୍ସ ଟକ୍ ଜାରି ରହିଛି। ସମ୍ଭବ ଅଛି ଯେ, ସୋମବାର ପର୍ଯ୍ୟନ୍ତ ଏହି ଡିଲ୍ ଫାଇନାଲ ହୋଇଯିବ। ଉଲ୍ଲେଖନୀୟ ଯେ, ବାଇଟଡ୍ୟାନ୍ସ ଟିକଟକର ପାରେଣ୍ଟ କମ୍ପାନୀ।

ଭାରତ ଟିକଟକ୍ ସହିତ ୧୦୬ ଚୀନ୍ ଆପ୍ ଉପରେ କଟକଣା ଲଗାଇଛି ଓ ଏହି ପଦକ୍ଷେପକୁ ଆମେରିକା ପ୍ରଶାସନ ଓ ସାଂସଦ ଦୁହେଁ ସ୍ବାଗତ କରିଛନ୍ତି। ଟ୍ରମ୍ପ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଆମେ ବହୁତ ଗୁଡିଏ ବିକଳ୍ପ ଦେଖୁଛୁ। ଓ୍ବାଲ ଷ୍ଟ୍ରୀଟ୍ ଜର୍ନାଲ ଅନୁସାରେ, ମାଇକ୍ରୋସଫ୍ଟ ଓ ଟିକଟକ୍ ଡିଲରେ ମାଇକ୍ରୋସଫ୍ଟ, ବାଇଟଡ୍ୟାନ୍ସ ଓ ହ୍ବାଇଟହାଉସର ପ୍ରତିନିଧି ସାମିଲ ହୋଇପାରନ୍ତି। ଆଲେଚାନରେ ପରିବର୍ତ୍ତନ ସମ୍ଭବ ରହିଛି ଓ ଚୁକ୍ତି ମଧ୍ୟ ​‌େ​‌ହୋଇପାରେ।