Odia News Portal

ନିର୍ବନ୍ଧ ମୁଦିକୁ ଏହି ଆଙ୍ଗୁଠିରେ କାହିଁକି ପିନ୍ଧାଯାଇଥାଏ ? ଜାଣନ୍ତୁ

ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ଧରାଯାଇଥାଏ  । ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି  । ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ଖାସ୍ ହୋଇଥାଏ  । ଯଦି ବିବାହ ହୋଇଛି ତେବେ ଭଲପାଇବାକୁ ନେଇ ସେମାନଙ୍କ ହାତରେ ଗୋଟିଏ ମୁଦି ନିଶ୍ଚୟ ଥାଏ  ।ରୋମର ମାନ୍ୟତା ଅନୁଯାୟୀ ଆମ ଅନାମିକା ଆଙ୍ଗୁଠିର ଗୋଟିଏ ଧମନୀ ସିଧା ଯାଇ ହୃଦୟ ସହିତ ସଂଯୋଗ ହୋଇଛି  ।
ସେଥିପାଇଁ ଏହି ଆଙ୍ଗୁଳିରେ ମୁଦି ପିନ୍ଧାଇବାକୁ ଉତ୍ତମ ଧରାଯାଇଥାଏ  । ଏହି ମାନ୍ୟତା ସବୁଠାରୁ ପୁରୁଣା ଓ  ଖୁବ୍ ଲୋକପ୍ରିୟ  । ହିନ୍ଦୁ ଧର୍ମାନୁଯାୟୀ, ନିର୍ବନ୍ଧକୁ ସମ୍ବନ୍ଧ ଠିକ ହେବାର ପ୍ରଥମ ପ୍ରମାଣ ଧରାଯାଇଥାଏ  । ବିବାହ ପୂର୍ବରୁ ପୁଅ-ଝିଅ ଦୁହେଁ ଦୁହିଁଙ୍କୁ ସୁନା ଓ ରୂପାର ମୁଦି ପିନ୍ଧେଇବା ଅର୍ଥ ଜଣେ ଅନ୍ୟଜଣଙ୍କୁ ଜୀବନସାଥୀ ରପେ ସ୍ୱୀକାର କରିନେବା ।
ନିର୍ବନ୍ଧର ମୁଦିକୁ ଅନାମିକା ଆଙ୍ଗୁଳିରେ  ପିନ୍ଧାଯାଇଥାଏ  । କାହିଁକି ନାଁ ଏହି ଆଙ୍ଗୁଳିର ଏକ ଶିରା ହୃଦୟ ସହ ଯୋଡି ହୋଇଥାଏ  । ଆଉ ନିର୍ବନ୍ଧରେ ସାଧାରଣତଃ ଦୁଇଟି ମନର ମିଳନ ହୋଇଥାଏ ବୋଲି ମନ୍ୟତା ରହିଛି  ।