Odia News Portal

ମଦ ନିଶା ଉତାରିବା ପାଇଁ ଏହି ୨ଟି ଜିନିଷ ବ୍ୟବହାର କରନ୍ତୁ

ଭୁବନେଶ୍ୱର : ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆଜିକାଲି ମଦ ପିଇବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୌଣସି ଉତ୍ସବ, ପାର୍ଟି, ଫଙ୍କସନ ବା ଅନ୍ୟାନ୍ୟ ମଉକାରେ ଲୋକେ ମଦ ପିଇବା ଭୁଲନ୍ତି ନାହିଁ। କେବେ କେବେ କିଛି ଲୋକଙ୍କ ମଦ ପିଇବା ପରେ ଏମିତି ନିଶା ଚଢେ ଯେ, ନିଶା ଛାଡେ ନାହିଁ। ଲୋକେ ନିଶାରେ ସବୁ କିଛି ଭୁଲିଯାଆନ୍ତି।

ଏଥିପାଇଁ ପରିବାର ଲୋକେ ମଧ୍ୟ ଚିନ୍ତିତ ଥାନ୍ତି। ତେବେ ଏମିତି କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଦ୍ବାରା ମଦ ନିଶା ସମ୍ପୂର୍ଣ୍ଣ ଭାବେ ଉତରି ଯାଇଥାଏ।

୧- ମହୁ- ମହୁରେ ଅନେକ ଔଷଧୀୟ ଗୁଣ ଥାଏ। ଏହା ବ୍ୟତୀତ ମହୁରେ ଭରପୁର ମାତ୍ରାରେ  ଏଣ୍ଟିସେପ୍‌ଟିକ ଓ ଏଣ୍ଟିବାୟୋଟିକ୍‌ ଗୁଣ ରହିଛି। ମହୁ ମଦ ନିଶାକୁ ଦୂର କରିବା ପାଇଁ ସାହାଯ୍ୟ କରେ। ଯଦି କାହାକୁ ମଦ ପିଇବା ପରେ ଅଧିକ ନିଶା ହେଇଥାଏ ତାହେଲେ ଗୋଟେ ଗ୍ଲାସ ପାଣିରେ ୨ ଚାମଚ ମହୁ ମିଶାଇ ପିଇବା ଉଚିତ୍‌। ଏହା ଦ୍ବାରା ଧୀରେ ଧୀରେ ବ୍ୟକ୍ତିକୁ ହୋସକୁ ଆଣିଥାଏ।

୨- ଲେମ୍ବୁ ପାଣି- ଲେମ୍ବୁ ପାଣି ପେଟ ସଫା କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଲେମ୍ବୁ ପାଣି ପେଟର ରୋଗ ମଧ୍ୟ ଦୂର କରେ। ଲେମ୍ବୁ ପାଣି ପିଇଲେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ପାଣି ଦ୍ବାରା ମଦ ନିଶା ଛାଡିଯାଏ। ମଦ ନିଶା ଛଡେଇବା ପାଇଁ ଲେମ୍ବୁ ପାଣିରେ ଟିକେ ଲୁଣ ମିଶାଇ ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହି ସବୁ ଜିନିଷର ସେବନ କଲେ ମଦ ନିଶା ଖୁବ ଶୀଘ୍ର ଛାଡିଯାଏ।