Odia News Portal

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି, ସବୁବେଳେ ପାର୍ଲର ଯିବା ଦରକାର ନାହିଁ, ଏହି ଛୋଟ ଛୋଟ କଥାରେ ଲୁଚିରହିଥାଏ ସୁନ୍ଦରତାର ରାଜ

ଭୁବନେଶ୍ବର : ଏମିତି କିଏ ଅଛନ୍ତି, ଯିଏ ସୁନ୍ଦର ଦେଖାଯିବାକୁ ଚାହାଁନ୍ତିନି। କଲେଜ ପଢ଼ୁଆ ଯୁବତୀ ହୁଅନ୍ତୁ କି, କର୍ମଜୀବୀ ମହିଳା କିମ୍ବା ଗୃହିଣୀ, ସମସ୍ତେ ସୁନ୍ଦର ଦେଖାଯିବାକୁ କିଛି ନା କିଛି ଉପାୟ ଅବଲମ୍ବନ କରନ୍ତି। କୁହାଯାଏ, ବ୍ୟକ୍ତିର ସୁନ୍ଦରତା ହିଁ ତା’ର ଆତ୍ମବିଶ୍ୱାସକୁ ବଢ଼ାଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଆପଣ ପାର୍ଲର ନ ଯାଇ କିପରି ଘରେ ବସି ପ୍ରାକୃତିକ ସୌନ୍ଦଯ୍ୟର୍ତା ଆଣିପାରିବେ।

-ପ୍ରଥମେ ଆପଣ ଭରପୂର ନିଦରେ ଶୁଅନ୍ତୁ। ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଜରୁରୀ। ତ୍ୱଚାକୁ ତାଜା ରଖିବା ପାଇଁ ଶୋଇବା ପୂର୍ବରୁ ମୁହଁରେ ନାଇଟ୍‌ କ୍ରିମ୍‌ ଲଗାନ୍ତୁ।

-ଆପଣ ବାହାରକୁ ବାହାରିବା ମାତ୍ରେ ପ୍ରଦୂଷଣ ସଂସ୍ପର୍ଶରେ ଆସିଥାଆନ୍ତି। ତେଣୁ ଏଥିରୁ ନିଜ କେଶକୁ ସୁରକ୍ଷା ଦେବା ପାଇଁ ପ୍ରତି ଦୁଇଦିନରେ ଥରେ ଶାମ୍ପୁ କରିବା ଭଲ। ସପ୍ତାହରେ ଥରେ କେଶ ମୂଳରେ ଗରମ ତେଲ ମାଲିସ୍‌ କରନ୍ତୁ। ଏଥିପାଇଁ ନଡ଼ିଆ ତେଲ ସବୁଠାରୁ ଉତ୍ତମ। ସେହିପରି ଦୁଇ-୪ ମାସରେ ଥରେ ହେୟାର କଟ୍‌ କରନ୍ତୁ। -ସନସ୍କ୍ରିନରେ ସୁନ୍ଦରତା ବଢ଼ି ନ ଥାଏ, କିନ୍ତୁ ଏହା ଆପଣଙ୍କ ତ୍ୱଚାକୁ ପ୍ରଖର ସୂର୍ଯ୍ୟକିରଣରୁ ରକ୍ଷା କରିଥାଏ। ଅତି ବାଇଗେଣୀ ରଶ୍ମୀରୁ ସୁରକ୍ଷା ପ୍ରଦାନ କରେ। ଖରାରୁ ବର୍ତ୍ତିବା ପାଇଁ ପ୍ରତି ୪ ଘଣ୍ଟାରେ ଥରେ ସନସ୍କ୍ରିନ୍‌ ବ୍ୟବହାର କରନ୍ତୁ।

-ଆଖିରେ କାଜଲ ଏବଂ ଓଠରେ ଲିପଲାଇନର ଲଗେଇବାକୁ ଜମା ବି ଭୁଲନ୍ତୁ ନାହିଁ। କହିଁକି ନା, ଏହା ଆପଣଙ୍କ ସୌନ୍ଦଯ୍ୟର୍କୁ ଦୁଇଗୁଣିତ କରିଦେବ। ଏହା ମେକଅପକୁ ପୂରା କରିଥାଏ।

-ସ୍ୱାସ୍ଥ୍ୟ ଭଲ ଅଛି ଯଦି ଏହା ସୌନ୍ଦଯ୍ୟର୍କୁ ବଢ଼ାଇଥାଏ। ତେଣୁ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଠିକ୍‌ ସମୟରେ ଠିକ୍‌ ମାତ୍ରାରେ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ସପ୍ତାହରେ ଅତି କମରେ ୫ ଥର ୩୦ରୁ ୪୦ ମିନିଟ୍‌ ଯାଏ ବ୍ୟାୟାମ କରନ୍ତୁ।