Odia News Portal

ଏହି ସବୁ ଜିନିଷରୁ ବି ମିଳିଥାଏ ଭରପୂର ମାତ୍ରାରେ ଆୟୋଡିନ, ଆସନ୍ତୁ ଜାଣିବା

ଆୟୋଡିନ୍‌ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏଥିରୁ ଏମିତି ତତ୍ତ୍ୱ ମିଳିଥାଏ, ଯାହାକି ଶରୀର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଉଛୁ କି, ଆୟୋଡିନ୍‌ର ଅଭାବ ଦୂର କରିବା ପାଇଁ ଆପଣ ଖାଦ୍ୟରେ କେଉଁ କେଉଁ ଜିନିଷକୁ ସାମିଲ କରିପାରିବେ।

– ଆଳୁରେ ଉପଯୁକ୍ତ ମାତ୍ରାରେ ଆୟୋଡିନ୍‌ ମିଳିଥାଏ। ଶରୀରରେ ଆୟୋଡିନ୍‌ର ଅଭାବ ଦୂର କରିବା ପାଇଁ ଆପଣ ଆଳୁକୁ ତରକାରୀ କରି କିମ୍ବା ସିଝାଇ ଖାଇଲେ ବହୁତ ଲାଭକାରୀ ହୋଇଥାଏ।

– ଆମେ ସମସ୍ତେ ଜାଣିଥାଉ, ଅଣ୍ଡାରୁ ବହୁତ ସାରା ପ୍ରୋଟିନ୍‌ ମିଳିଥାଏ। କିନ୍ତୁ ଆପଣ କ’ଣ ଜାଣିଛନ୍ତି କି? ଗୋଟିଏ ଅଣ୍ଡାରେ ପାଖାପାଖି ୨୪ରୁ ୨୭ ମାଇକ୍ରୋଗ୍ରାମ ଆୟୋଡିନ୍‌ ମିଳିଥାଏ। -ସି ଫୁଡ୍‌ ଆୟୋଡିନର ସବୁଠାରୁ ଭଲ ଅପଶନ ଅଟେ। ଏଥିପାଇଁ ଏହାକୁ ଖାଦ୍ୟରେ ନିଶ୍ଚିତ ସାମିଲ କରନ୍ତୁ। ମାଛରେ ମହଜୁଦ୍‌ ପୋଷକ ତତ୍ତ୍ୱ ମସ୍ତିଷ୍କର ବିକାଶ ଏବଂ ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

– ଗୋଟିଏ କପ୍‌ କ୍ଷୀରରେ ୫୬ ମାଇକ୍ରୋଗ୍ରାମ ଆୟୋଡିନ୍‌ ରହିଛି। ଏହାସହିତ ଏଥିରୁ କ୍ୟାଲସିୟମ୍‌ ଏବଂ ଭିଟାମିନ୍‌ ଡି ମଧ୍ୟ ମିଳିଥାଏ, ଯାହାକି ହାଡ଼କୁ ଶକ୍ତ କରିଥାଏ।

– କଦଳୀରେ ପୋଟାସିୟମ୍‌ର ମାତ୍ରା ଅଧିକ ରହିଥାଏ। ଏକ ମଧ୍ୟମ ଆକାରର କଦଳୀରେ ପାଖାପାଖି ୩ ମାଇକ୍ରୋଗ୍ରାମ ଆୟୋଡିନ୍‌ ମହଜୁଦ୍‌ ଥାଏ।