Odia News Portal

ଏହି ଦୁଇଟି ରାଶିର ଲୋକମାନେ ଭୁଲରେ ମଧ୍ୟ କଳା ସୂତା ପିନ୍ଧିବା ଉଚିତ ନୁହେଁ

ଆଜିକାଲି ହାତ ବା ଗୋଡରେ କଳା ସୂତା, ବ୍ୟାଣ୍ଡ ବାନ୍ଧିବା ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ତେବ ଲୋକମାନେ କଳାସୂତା ପିନ୍ଧିବାର କାରଣ ନଜାଣି ଏଭଳି ଫ୍ୟାସନେବଲ ଜିନିଷ କିଣି ପିନ୍ଧୁଛନ୍ତି । ଯାହାର ନକରାତ୍ମକ ପ୍ରଭାବ ସମ୍ପର୍କରେ ସେମାନେ ଜାଣନ୍ତି ନାହିଁ । ତେବେ ସମସ୍ତଙ୍କ ପାଇଁ କଳା ସୂତା ଯେ ସକରାତ୍ମକ ହେବ ତାହା ନୁହେଁ ହୁଏତ ସଉକ ପାଇଁ ଏଭଳି ସାମଗ୍ରୀ ଆପଣଙ୍କ ଜୀବନକୁ ନର୍କ କରିଦେଇ ପାରେ । ତେବେ ବିଶେଷଜ୍ଞ ମାନେ କୁହନ୍ତି କି, ଏହି ଦୁଇଟି ରାଶିର ଲୋକମାନେ ଭୁଲରେ ମଧ୍ୟ କଳା ସୂତା ପିନ୍ଧିବା ଉଚିତ ହିଁ ନୁହେଁ ।

ବିଛା ରାଶି :-
ବିଛା ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ । ତେଣୁ କଳା ସୂତା ପିନ୍ଧିଲେ ଶୁଭ ଫଳ ହ୍ରାସ ହୋଇଥାଏ । କଳା ସୂତା ପିନ୍ଧିଲେ ମଙ୍ଗଳ ଙ୍କର ଶୁଭ ନୁହେଁ ଅଶୁଭ ପ୍ରଭାବ ପଡିଥାଏ, ଯାହାଫଳରେ ଜୀବନରେ ଦାରିଦ୍ର୍ୟତା ଆସିଥାଏ । ବିକାଶ ର ସମସ୍ତ ରାସ୍ତା ଅବରୋଧ ହୋଇଯାଏ । ଯଦି କଳା ବଦଳରେ ନାଲି ରଙ୍ଗର ସୂତା ରେ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରନ୍ତି ତେବେ ମଙ୍ଗଳ ଙ୍କର ସକାରାତ୍ମକ ପ୍ରଭାବ ପଢ଼ିଥାଏ, ଯାହାଫଳରେ ଜୀବନକୁ ସବୁବେଳେ ହସଖୁସି ରେ ରଖିଥାଏ ।

ମେଷ ରାଶି :
ମେଷ ରାଶିର ସ୍ବାମୀ ମଧ୍ୟ ମଙ୍ଗଳ ଅଟନ୍ତି ଓ ଏହି ଶକ୍ତିଶାଳୀ ଗ୍ରହ କଳା ଜିନିଷ କୁ ବିଲକୁଲ ପସନ୍ଦ କରନ୍ତି ନାହିଁ । ଯଦି ଏହି ରାଶିର ଲୋକମାନେ କଳା ସୂତା ପିନ୍ଧନ୍ତି ତେବେ ସେମାନେ ଶୁଭ ବଦଳେ ଅଶୁଭଫଳ ପାଆନ୍ତି । କଳା ସୂତା କାରଣରୁ ମଙ୍ଗଳ ଙ୍କ ସକରାତ୍ମକ ପ୍ରଭାବ ହ୍ରାସ ପାଇଥାଏ । ତେଣୁ ଜାତକ ଙ୍କ ଜୀବନ ରେ ସମସ୍ୟା ଘୋଟି ଆସିଥାଏ । ତେଣୁ ଏହି ରାଶିର ଲୋକମାନେ କଳା ସୂତା ଧାରଣ କରନ୍ତୁ ନାହିଁ । କଳା ସୁତା ର ସମ୍ବନ୍ଧ ଭୈରବ ଙ୍କ ସହିତ ଅଛି । ଭୈରବ ବାବା ଙ୍କୁ ଚଢାଯାଇଥିବା କଳା ସୁତା କୁ ଧାରଣ କଲେ ଖରାପ ଦୃଷ୍ଟି ପଡ଼ିନଥାଏ ।