Odia News Portal

ଅର୍ଥ ଅଭାବକୁ ନେଇ ଚିନ୍ତିତ ରହୁଛନ୍ତି କି ? ଚୁପଚାପ୍‌ କର୍ପୂରରେ କରନ୍ତୁ ଏହି କାମ, ଜଲଦି ମିଳିବ ଫାଇଦା

କର୍ପୂରରେ ରହିଛି ଅନେକ ଚମତ୍କାରୀ ଫାଇଦା। ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରା ଯାଇଥାଏ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ପ୍ରଭାବ ପକାଇଥାଏ।

– ପ୍ରତିଦିନ ସନ୍ଧ୍ୟା ସମୟରେ କର୍ପୂରକୁ ଘିଅରେ ବୁଢାଇ ଜଳାନ୍ତୁ। ଏପରି କରିବା ଦ୍ୱାରା ଘରେ ଥିବା ପିତୃଦୋଷ ଏବଂ କାଳସର୍ପଦୋଷ ଦୂର ହୋଇଥାଏ।

– ମଙ୍ଗଳବାର ଦିନ କର୍ପୂରରେ ହୁନମାନଙ୍କ ଆରତୀ କରିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ବଜରଙ୍ଗବାଲୀଙ୍କ କୃପା ରହିବା ସହ ଦୁର୍ଘଟଣାରୁ ରକ୍ଷା ମିଳିବ।

– ବିବାହ ଜନିତ ଉପୁଜୁଥିବା ବାଧାକୁ ନଷ୍ଟ କରିବା ପାଇଁ ମା ଦୁର୍ଗାଙ୍କ ନିକଟରେ ୫ଟି ଲବଙ୍ଗ ସହିତ କର୍ପୂରକୁ ଜଳାନ୍ତୁ ଏବଂ ହଳଦୀ ମିଶା ଚାଉଳ ଆହୁତୀ ଦିଅନ୍ତୁ। – ଏହାଛଡା ବୈଜ୍ଞାନିକ କାରଣ ଅନୁଯାୟୀ, ଏହାର ଧୂଆଁ ଜୀବାଣୁ ଏବଂ ରୋଗ ସକଂମ୍ରଣ କରୁଥିବା ଜୀବକୁ ନଷ୍ଟ କରିଥାଏ।

– ଗୋଲାପ ଫୁଲର ପାଖୁଡାରେ କର୍ପୂର ରଖି ଜଳାଇବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ସମ୍ମୁଖରେ ରଖିଦିଅନ୍ତୁ। ଏପରି ୨୧ ଦିନ ପର୍ଯ୍ୟନ୍ତ ଲଗାତାର କରିବା ଦ୍ୱାରା ନିଶ୍ଚିତ ଭାବେ ଲାଭ ମିଳିବ।

– ବାସ୍ତୁଦୋଷ ଦୂର କରିବା ପାଇଁ କର୍ପୂର ଖଣ୍ଡକୁ ନାଲି କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟଙ୍ଗାଇଦିଅନ୍ତୁ। ଏହି ଉପାୟ ଆପଣଙ୍କ ଘରର ଦୋଷ ଜଲଦି ଦୂର କରିବ।

– ପାଣିରେ କର୍ପୂର ପକାଇ ସ୍ନାନ କରିବା ଦ୍ୱାରା ବହୁତ ଫାଇଦା ମିଳିଥାଏ। ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଜ୍ୱଳ ହେବା ସହ ରାହୁ, କେତୁ ଏବଂ ଶନି ଦଶା ଦୂର ହୁଏ।
– ଅର୍ଥାଭାବ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ତମ୍ବା କିମ୍ବା ପିତ୍ତଳ ପାତ୍ରରେ କର୍ପୂର ଏବଂ ଲବଙ୍ଗ ଏକାଠି ଜଳାନ୍ତୁ। ଏହା କରିବା ଫଳରେ ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ।

– ବ୍ୟବସାୟ ଏବଂ ଚାକିରୀରେ ସଫଳତା ପାଇବା ପାଇଁ ଅଷ୍ଟମୀ ତିଥି ଦିନ କର୍ପୂର ଯଅ ପକାଇ ଜାଳନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିବ।