Odia News Portal

ଆଜି ଵୁଧଵାର ଘରେ ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ଚିକେନ ପିଆଜ କଷା

ଆବଶ୍ୟକ ସାମଗ୍ରୀ

ଚିକେନ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ପିଆଜ ଟମାଟୋ, ତେଲ, କଟା କଞ୍ଚାଲଙ୍କା, ଗରମ ମସାଲା

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କରେଇରେ ତେଲ ଗରମ କରି ପିଆଜ ପକାନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲା ପରେ କଟା କଞ୍ଚାଲଙ୍କା ଓ ଚିକେନ ପକାଇ କଷନ୍ତୁ। ତା’ ପରେ ହଳଦୀଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, କଟା ଟମାଟୋ ପକାଇ ଭଲ ଭାବେ ଗୋଳାନ୍ତୁ। ଚିକେନ ଭଲ ଭାବେ କଷି ହୋଇଗଲା ପରେ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଚିକେନରୁ ପାଣି ମରିଯିବା ପରେ ଗରମ ମସଲା ପକାଇ ଓହ୍ଲାଇ ଗରମାଗରମ ରୁଟି କିମ୍ବା ନାନ୍‌ ସହ ସର୍ଭ କରନ୍ତୁ।