Odia News Portal

ଜାଣନ୍ତୁ, ଘରେ କେମିତି ପ୍ରସ୍ତୁତ କରିବେ ଚାଉଳ ରସଗୋଲା

ଆବଶ୍ୟକ ସାମଗ୍ରୀ : ସିଝା ଅରୁଆ ଚାଉଳ, ଆରାରୋଟ ପାଉଡର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି।

ପ୍ରସ୍ତୁତି ପ୍ରଣାଳୀ: ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ ବାଟି ଏକ ପ୍ଲେଟରେ ଘିଅ ଲଗାଇ ସେଥିରେ ରଖନ୍ତୁ। ଏବେ ସେଥିରେ ମଇଦା, ଆରାରୋଟ୍‌ ପାଉଡର ଓ ମିଲ୍କ ପାଉଡର ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛୋଟ ଛୋଟ ଗୁଳା କରନ୍ତୁ।

ସିରା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ଚିନି ଏବଂ ପାଣି ମିଶାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ସିରା ଟିକେ ବହଳିଆ ହୋଇଗଲେ ସେଥିରେ ପ୍ରସ୍ତୁତ ହୋଇଥିବା ଗୁଳାଗୁଡ଼ିକୁ ପକାଇ କିଛି ସମୟ ପର୍ଯ୍ୟନ୍ତ ହାଲକା ଆଞ୍ଚରେ ସିଝାନ୍ତୁ। ତା’ପରେ ଏହାକୁ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ଏହାକୁ ପ୍ଲେଟ୍‌ରେ ଢାଳି ସେଥିରେ କେଶର ଏବଂ ଅଳେଇଚ ଗୁଣ୍ଡ ପକାଇ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଚାଉଳ ରସଗୋଲା’।