Odia News Portal

ଜାଣନ୍ତୁ କେଉଁ ବାରରେ କ’ଣ କିଣିବା ଭଲ …

ବେଳେ ବେଳେ ଆମ ପସନ୍ଦର ପୋଷାକଟି ଚୋରି ଗଲେ ମନକୁ ଭାରି ବାଧେ। ହେଲେ ଜାଣନ୍ତି, କ’ଣ ପାଇଁ ପୋଷାକ ଚୋରି ହୁଏ। ଏହି ପ୍ରଶ୍ନକୁ ଆପଣ ଅତି ସାଧାରଣ ଭାବି ହସିପାରନ୍ତି । ହେଲେ ପୋଷାକ କିଣିବାର ସମୟ ରହିଛି ବୋଲି ଜ୍ୟୋତିଷ ଶାସ୍ତ୍ର କୁହେ। ପ୍ରାୟ ସମସ୍ତଙ୍କୁ ଶପିଂ କରିବାକୁ ଭଲ ଲାଗେ। ଖାସ୍‌ କରି ଝିଅମାନଙ୍କର କିଣାକିଣି ସଉକ୍‌ ଟିକେ ଅଧିକ। ଯେତେବେଳେ ମନହୁଏ, ଝିଅମାନେ ବେଧଡକ୍‌ ଶପିଂ କରନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶପିଂ କରିବାର ନିର୍ଦ୍ଦିଷ୍ଟ ବାର ଥାଏ। ଆସନ୍ତୁ, ସେହି ବାରଗୁଡିକ ସମ୍ପର୍କରେ ଜାଣିବା।

ରବିବାର– ରବିବାର ସୂର୍ଯ୍ୟ ଦେବତାଙ୍କ ବାର। ଏହି ଦିନ ଲାଲ୍‌ ରଙ୍ଗର ଡ୍ରେସ୍‌ କିଣନ୍ତୁ।

ମଙ୍ଗଳବାର– ଏହି ଦିନ ଜୋତା କିଣନ୍ତୁ ନାହିଁ। କିନ୍ତୁ ଡ୍ରେସ୍‌ କିଣି ପାରିବେ।

ବୁଧବାର– ଏହି ଦିନ ଘରକରଣା ସାମଗ୍ରୀ କିଣି ପାରିବେ।

ଗୁରୁବାର– ଏହି ଦିନ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଭଲ।

ଶୁକ୍ରବାର– ଏହି ଦିନ ପ୍ରସାଧାନ ସାମଗ୍ରୀ କିଣିବା ଭଲ।

ଶନିବାର-ଏହି ଦିନ ଚମଡ଼ା ଜାତୀୟ ଜିନିଷ କିଣନ୍ତୁ ନାହିଁ।