ଭୁବନେଶ୍ୱର : ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ ଆମ କାମରେ ଆସିଥାଏ।
ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ମଞ୍ଜି ମଧ୍ୟ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ମଧ୍ୟ ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା ଆମର କ’ଣ ସବୁ ଲାଭ ହୋଇଥାଏ।
୧, ଧନିଆ ମଞ୍ଜିରେ ଭିଟାମିନ୍ କମ୍ ଥାଏ। ଏଥିରେ ଫାଇବର୍, କ୍ୟାଲସିୟମ୍ ଏବଂ ଆଇରନ୍ ଭରପୁର ମାତ୍ରାରେ ରହିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ।
୨, ପ୍ରତିଦିନ ଧନିଆ ଖାଇବା ଦ୍ୱାରା ପାଚନ କ୍ରିୟାରେ କୌଣସି ସମସ୍ୟା ଦେଖା ଦିଏ ନାହିଁ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପାଚନ କ୍ରିୟାକୁ ମଜବୁତ କରିଥାଏ।
୩, ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଥିବାରୁ ଏହା ହାଡ଼ ମଧ୍ୟ ମଜବୁତ କରିଥାଏ। ପ୍ରତିଦିନ ଧନିଆ ଖାଇବା ଦ୍ୱାରା ଏହା ହାଡ଼ ସମ୍ବନ୍ଧୀୟ ରୋଗ ହେବାକୁ ଦିଏନାହିଁ।
୪, ଏହା ତ୍ୱଚା ପାଇଁ ମଧ୍ୟ ବିଶେଷ ଭାବେ ଲାଭଦାୟକ ହୋଇଥାଏ। ଚର୍ମ କୁଣ୍ଡାଇ ହେବା, ଫଳି ଯିବା ଇତ୍ୟାଦି ସମସ୍ୟାରୁ ଏହା ଆରାମ ଦେଇଥାଏ। ଏହା କୌଣସି ପ୍ରକାର ତ୍ୱଚା ସମ୍ବନ୍ଧୀୟ ରୋଗ ହେବାକୁ ଦିଏନାହିଁ।
