Odia News Portal

ସକାଳୁ ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି, ମିଳିବ ଅନେକ ଫାଇଦା

ଶରୀର ପାଇଁ ବେଶ୍‌ ଲାଭଦାୟକ ପଇଡ଼ ପାଣି। ସକାଳେ ଖାଲି ପେଟରେ ପଇଡ ପାଣି ପିଇଲେ ଅଧିକ ଫଳପ୍ରଦ ହୋଇଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ସି, ଏନ୍‌ଜାଇମ, ବି-କମ୍ପ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। କେବଳ ଖରାଦିନ ନୁହେଁ, ଯେ କୌଣସି ଋତୁରେ ଆପଣ ଏହାକୁ ପିଇପାରିବେ।

ଏଥିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏହାସହ ଅନେକ ରୋଗ ସହ ଲଢିବାରେ ପଇଡପାଣି ଶକ୍ତି ଦେଇଥାଏ। ଯେଉଁ ଲୋକ ଓଜନ କମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହି ପାଣିକୁ ପ୍ରତିଦିନ ପିଇବା ଆବଶ୍ୟକ। ଏଥିରେ ମେଦବହୁଳତା କମିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ। ପଇଡପାଣି ପିଇବା ଦ୍ବାରା ହାଇପରଟେନସନର ଚିନ୍ତା ଦୂର ହୋଇଥାଏ, ଯଦ୍ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।