ବିବାହିତା ମହିଳାମାନେ ନିଜ ପତିଙ୍କ ଦୀର୍ଘାୟୁ ପାଇଁ ମଥାରେ ସିନ୍ଦୂର ଲଗାଇଥାଆନ୍ତି ବୋଲି ମାନ୍ୟତା ରହିଛି। ଏତଦ୍ ବ୍ୟତୀତ ସିନ୍ଦୂର ଲଗାଇବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ସିନ୍ଦୂରର ବ୍ୟବହାର ପୂଜାର୍ଚ୍ଚନାରେ ମଧ୍ୟ କରାଯାଏ।
ଜାଣନ୍ତୁ ସିନ୍ଦୂର ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ….
ପାଞ୍ଚଟି ମଙ୍ଗଳବାର ଓ ଶନିବାର ମଲ୍ଲୀ ଫୁଲର ତେଲରେ ସିନ୍ଦୂର ମିଶାଇ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହାପରେ ଗୁଡ଼ ଓ ଚଣାର ଭୋଗ କରନ୍ତୁ। ଏପରି କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ।
ମାନସମ୍ମାନ ବୃଦ୍ଧି କରିବାକୁ ଇଚ୍ଛା ଥିଲେ ଏକ ପାନ ପତ୍ରରେ ଫିଟକିରି ଓ ସିନ୍ଦୂର ବାନ୍ଧିକରି ବୁଧବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ କୌଣସି ପଥର ତଳେ ରଖି ଦିଅନ୍ତୁ। ରଖିବା ପରେ ପଛକୁ ବୁଲି ଅନାଇବେ ନାହିଁ। ଏପରି ଲଗାତର ୩ଟି ବୁଧବାର କରନ୍ତୁ।
ଯଦି ଗୃହରେ ଧନ ସହ ସମ୍ବନ୍ଧିତ ସମସ୍ୟା ଲାଗି ରହୁଥାଏ, ତେବେ ଏକ ନଡ଼ିଆରେ ସିନ୍ଦୂର ଲଗାଇ ଏକ ଲାଲ କପଡ଼ା ଗୁଡ଼ାଇ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରରେ ତେଲ ମିଶ୍ରିତ ସିନ୍ଦୂର ଲଗାଇବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ନିୟମିତ ୪୦ ଦିନ ପର୍ଯ୍ୟନ୍ତ ଏହାକୁ ଲଗାଇଲେ ଗୃହର ବାସ୍ତୁ ଦୋଷ ଦୂର ହୋଇଥାଏ।
