ଆପଣମାନେ ଚା’ ତ ନିଶ୍ଚିତ ଭାବେ ପିଉଥିବେ। ଆଜିକାଲି କାର୍ଯ୍ୟକ୍ଷେତ୍ରରେ ପ୍ରାୟତଃ ସମସ୍ତେ ଚା’ ପିଇବାର ଅଭ୍ୟସ୍ତ ହୋଇଗଲେଣି। ଯଦି ଆପଣ ଅଫିସ ଛଡା ଘରେ ଚା’ ପିଉଛନ୍ତି ତେବେ ନାଲି ଚା’ ପିଇବା ମଧ୍ୟ ଶରୀର ପାଇଁ ଉପକାରୀ। ନାଲି ଚା’ ପିଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜାପାନର ଯୁବପିଢି ଓ ବୟସ୍କ ଲୋକ ନିୟମିତ ଭାବେ ନାଲି ଚା’ ପିଉଥିବାରୁ ସେମାନଙ୍କ ଶାରୀରିକ ସାମର୍ଥ୍ୟ ଭଲ ରହିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି।
ପ୍ରତିଦିନ ସକାଳେ ଅଧାକପ ନାଲି ଚା’ ପିଇଲେ ଶରୀରର ଚର୍ବି କମ୍ ହେବା ସହ ଓଜନ ନିୟନ୍ତ୍ରିତ ହୋଇଥାଏ।
ଏହାସହ ନାଲି ଚା’ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟରଲ ନିୟନ୍ତ୍ରିତ ରହିବା ସହ ରକ୍ତସଞ୍ଚାଳନ ଭଲ ଭାବରେ ହୁଏ। ହୃଦ୍ରୋଗୀ ନିୟମିତ ନାଲି ଚା’ ପିଇବା ଆବଶ୍ୟକ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।
ଏହି ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଛି , ଯାହା ଶରୀରରେ ଥିବା କୋଷିକାକୁ ଫ୍ରି ରାଡିକିଲ୍ସରୁ ରକ୍ଷା କରିଥାଏ।
ନାଲି ଚା’ ପିଇଲେ କ୍ୟାନସର ପ୍ରତିରୋଧ ଶକ୍ତି ବୃଦ୍ଧି ପାଏ। ଏହା ମାନସିକ ଚାପ କମ୍ କରେ।
ନାଲି ଚା’ ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହେବା ସହ ପେଟରୋଗ ଦୂର ହୁଏ ।
