Odia News Portal

ଦୋକାନର କ୍ୟାସ୍‌ କାଉଣ୍ଟର କେଉଁ ଦିଗରେ ରହିଲେ ମିଳିବ ଭଲ ଲାଭ, ଜାଣନ୍ତୁ …

ଭୁବନେଶ୍ୱର : ଦୋକାନ ଖୋଲିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆଶା ଥାଏ କିପରି ବ୍ୟାପାର ଠିକ ରୂପେ ଚାଲିବ ଓ ସର୍ବଦା ଗ୍ରାହକଙ୍କ ଭିଡ଼ ଲାଗି ରହିବ । କିନ୍ତୁ ଏହିଭଳି ଭାଗ୍ୟ ସମସ୍ତଙ୍କର ହୋଇନଥାଏ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କିଛି ଏପରି କିଛି ଦୋକାନ ରହିଛି, ଯେଉଁଠି ଦିନ ସାରା ବସିବା ପରେ ମଧ୍ୟ ଗ୍ରାହକ ଦୋକାନକୁ ଆସିନଥାନ୍ତି ।

ଏପରି କ୍ଷେତ୍ରରେ ହୁଏତ ଦୋକାନରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ, ଯାହାକୁ ଫଲୋ କଲେ ଦୋକାନ କରି ଆପଣ ହୋଇଯିବେ ମାଲାମାଲ।
୧-‍ବାସ୍ତୁ ଅନୁଯାୟୀ, ଯେଉଁ ଦୋକାନର ମୁହଁ ପୂର୍ବ ଦିଗକୁ ହୋଇଥାଏ, ତାହା ସବୁଠୁ ଅଧିକ ଲାଭ ଦେଇଥାଏ । ଏହି ଦୋକାନର ଆୟ ବହୁତ ଭଲ ହୋଇଥାଏ। ସେହିପରି ଦକ୍ଷିଣ ମୁହାଁ ଦୋକାନ କେବେ ବି ଭଲ ଲାଭ ଦେଇ ପାରି ନଥାଏ।

୨-ଦୋକାନ ମାଲିକ ଅଥବା ସେଠାରେ କାମ କରୁଥିବା ସେଲ୍ସ ମ୍ୟାନ୍‌ ଯେବେ ବି ଅଫିସରେ କାମ କରନ୍ତି, ସେମାନଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ହେବା ଉଚିତ।
୩-ଯେଉଁ ଦୋକାନ ଆକାର ଆଗକୁ ଅଧିକ ସମ୍ପ୍ରସାରିତ ହୋଇଥାଏ, ଓ ପଛକୁ କମ୍‌ ଜାଗା ଥାଏ କିମ୍ବା ବିପରୀତ ହୋଇଥାଏ, ତା’ ହେଲେ ଏହାକୁ ଶୁଭ ବୋଲି ଧରା ଯାଇ ନ ଥାଏ। ଦୋକାନ ଯଦି ବର୍ଗାକାର କିମ୍ବା ଆୟତକାର ଥିବ, ତା’ ହେଲେ ଏହାକୁ ବେପାର ଲାଗି ଶୁଭ ବୋଲି ଧରା ଯାଇଥାଏ।

୪-ବାସ୍ତୁ ଅନୁଯାୟୀ, ନିଜ ଦୋକାନର ଅଳିଆ କେବି ବି ଅନ୍ୟ ଦୋକାନ ସମ୍ମୁଖରେ ପକାନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଉନ୍ନତି ବାଧାପ୍ରାପ୍ତ ହେବ।
୬-ଦୋକାନରେ ବସିବା ସମୟରେ ସବୁବେଳେ ଆପଣ ପୂର୍ବ ଦିଗରେ ବସନ୍ତୁ। ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହିବ। ଏହାଦ୍ୱାରା ଆଶାତୀତ ଲାଭ ହେବ।

୭- ଦୋକାନର କ୍ୟାସ୍‌ କାଉଣ୍ଟରକୁ ଉତ୍ତର ଦିଗକୁ ମୁହଁ କରି ରଖନ୍ତୁ। ଏହାକୁ କେବେ ଖାଲି ରଖନ୍ତୁ ନାହିଁ।

୮- ଆପଣଙ୍କ କାଉଣ୍ଟରର ଉତ୍ତର ପୂର୍ବ ଦିଗରେ ମାତା ଲକ୍ଷ୍ମୀ ଓ ଶ୍ରୀ ଗଣେଶଙ୍କ ପ୍ରତିମୁର୍ତ୍ତି ରଖନ୍ତୁ।