Odia News Portal

ସମ୍ପର୍କ ଭାଙ୍ଗିଲେ କଷ୍ଟ କାହିଁକି ହୁଏ? ଜାଣନ୍ତୁ

ମଣିଷର ଯେତେବେଳେ ପ୍ରେମ ସମ୍ପର୍କ ଭାଙ୍ଗିଯାଇଥାଏ ।ସେତେବେଳେ ସେ ମନ କଷ୍ଟ ହେବା, ମନ ଦୁଃଖ କରିବା, ମନ ଭାଙ୍ଗିବା . . . . ଆପଣ କେବେ ନା କେବେ ଏହି ଶବ୍ଦର ବ୍ୟବହାର ନିଶ୍ଚୟ କରିଥିବେ । ତେବେ କିଛି ଲୋକ ଏହାକୁ କେବଳ କହିବା କଥା ଭାବନ୍ତି । ହେଲେ କେବେ ଆପଣ ଚିନ୍ତା କରିଛନ୍ତି ସମ୍ପର୍କ ଭାଙ୍ଗିବା ପରେ କେବଳ ଏମିତି କଥା ହିଁ କାହିଁକି ମୁହଁରୁ ବାହାରିଥାଏ ।
ଏହାକୁ ହାର୍ଟବ୍ରେକ୍ କୁହାଯାଏ । କାରଣ ଏକ ଖାସ୍ ସମ୍ପର୍କ ଭାଙ୍ଗିବା ପରେ କେବଳ ଭାବନାତ୍ମକ କଷ୍ଟ ହୁଏ ନାହିଁ ବରଂ ଶାରୀରିକ କଷ୍ଟ ମଧ୍ୟ ହୋଇଥାଏ । ବ୍ରେକଅପ୍ କାରଣରୁ କେବଳ ଦୁଃଖ ନୁହେଁ ଭୟ, ଉଦାସୀନ ଏବଂ ଖୁସିକୁ ଖୋଜିବା ଆଦି ଅନୁଭବର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ ।
କିଛି ଲୋକଙ୍କୁ କଷ୍ଟ ବା ଭାରି ଲାଗିବା ଛାତିରେ ଅନୁଭୂତ ହୋଇଥାଏ, କାହାକୁ ପେଟରେ ହୋଇଥାଏ। କିଛି ଲୋକ ଏମିତି ଥାନ୍ତି ଯାହାଙ୍କୁ ପୁରା ଶରୀରରେ କଷ୍ଟ ହୋଇଥାଏ । ଏହା ବୈଜ୍ଞାନିକ ରୂପରେ ପ୍ରମାଣିତ ହୋଇସାରିଛି ଭାବନାରେ ପରିବର୍ତ୍ତନ ହେଲେ ଶାରୀରିକ ପରିବର୍ତ୍ତନ ମଧ୍ୟ ହୋଇଥାଏ ।
ଆମକୁ ସୁସ୍ଥ ଜୀବନ ପାଇଁ ଆବଶ୍ୟକ ଖୁସିର ସମ୍ପର୍କ । ସେଥିପାଇଁ ଯେତେବେଳେ ଆମର କୌଣସି ପ୍ରିୟ ଆମଠାରୁ ଦୂର ହୋଇଯାଏ, ବ୍ରେକ୍ ଅପ୍ ହୋଇଥାଏ କିମ୍ବା ଭୟ କରିବାର ସ୍ଥିତି ହୋଇଥାଏ ସେତେବେଳେ ଆମ ଶରୀର ଏବଂ ମସ୍ତିସ୍କ ଆମକୁ ବିପଦରୁ ରକ୍ଷା କରିବା ପାଇଁ ଡ୍ୟାମେଜ୍ କଣ୍ଟ୍ରୋଲ୍ ମୋଡକୁ ଚାଲିଯାଏ ।ଏକ ଅଧ୍ୟୟନରୁ ଜଣାପଡିଛି , ସାମାଜିକ ଅସ୍ବୀକୃତି ଆମ ମସ୍ତିସ୍କର ଏକ ଭାଗକୁ ହାଇଜାକ୍ କରିଥାଏ । ଯାହା କଷ୍ଟର ସଙ୍କେତ ଦେଇ ଜଣାଇଥାଏ ଯେ ଏହା ବାସ୍ତବରେ ଏକ ଗମ୍ଭୀର ସ୍ଥିତି , ଏହି ଭାବନାତ୍ମକ କଷ୍ଟର ପରିଣାମ ସେମିତି ହୋଇଥାଏ ଯେମିତି ଶାରୀରିକ କଷ୍ଟରେ ହୋଇଥାଏ । ସେଥିପାଇଁ ଯେତେବେଳେ କୌଣସି ନିଜ ବ୍ୟକ୍ତିଙ୍କୁ ହରାଇଥାଉ, ଏହା ଆମ ମସ୍ତିସ୍କର ସେହି ଭାଗକୁ କ୍ଷତ୍ରିୟକୁ ସକ୍ରିୟ କରିବାର ପ୍ରକ୍ରିୟାକୁ ବନ୍ଦ କରିଥାଏ ଯାହା ଆମକୁ ଶାରୀରିକ କଷ୍ଟ ଅନୁଭୂତ କରାଇଥାଏ । ଏହା ଏଥିପାଇଁ ହୋଇଥାଏ ଯେ ଆମେ ସ୍ଥିତିକୁ ବୁଝି ପାରିବୁ ଏବଂ କୌଣସି ସମାଧାନ ବାହାର କରିପାରିବା।