Odia News Portal

ମୃତ୍ୟୁର ୧ ବର୍ଷ ପର୍ୟ୍ୟନ୍ତ ମାନବ ଶରୀର ସକ୍ରିୟ ଥାଏ, ଗବେଷଣାରୁ ସ୍ପଷ୍ଟ

ମୃତ୍ୟୁ ପରେ ବି ମଣିଷ ଶରୀର ୧ ବର୍ଷ ପର୍ୟ୍ୟନ୍ତ ଚଳପ୍ରଚଳ କରିଥାଏ। ଅଷ୍ଟ୍ରେଲିଆର ଜଣେ ବୈଜ୍ଞାନିକ ଆଲିସନ ଏଫ୍ପ ଏନେଇ ସୂଚନା ଦେଇଛନ୍ତି । ୧୭ ମାସ ଧରି ଗୋଟିଏ ଶବ ଉପରେ ଗବେଷଣା କରି ଫଟୋ ଉଠାଇବା ପରେ ଆଲିସନ୍ ଏଫ୍ପିକୁ ଏହି ସୂଚନା ଦେଇଛନ୍ତି ଯେ ମଣିଷ ମରିଗଲା ପରେ ମଧ୍ୟ ତାର ଶରୀର ଶାନ୍ତିରେ ଆରାମ କରିନଥାଏ। ଏହାର କାରଣ ମୃତ ଶରୀରରେ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ ଶରୀରରେ ଥିବା ଅସ୍ଥି ପଚିବା ଆରମ୍ଭ କରିଥାଏ। ଏହି ସମୟରେ ଶରୀରର କେତେକ ଅଂଶ ସ୍ଥାନ ପରିବର୍ତ୍ତନ କରିବା ଭଳି ଲାଗେ। ତେଣୁ ମୃତ୍ୟୁ ପରେ ମଧ୍ୟ ମଣିଷ ଶରୀର ଚଳପ୍ରଚଳ କରିଥାଏ ବୋଲି ଦେଖାଯାଏ।

ଗବେଷଣାର ଏହି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆଲିସନ୍ ପ୍ରତିମାସରେ ଫ୍ଲାଇଟ୍ରେ କାଇରନ୍ସରୁ ସିଡ୍ନି ଯାତ୍ରା କରି ମୃତ ଶରୀରରେ ହେଉଥିବା ପରିବର୍ତ୍ତନରୁ ଯାଞ୍ଚ କରୁଥିଲେ। ଆଲିସନ୍ ଓ ତାଙ୍କ ସହଯୋଗୀଙ୍କ ସହିତ ମଣିଷ ମୃତ୍ୟୁ ସମୟକୁ ଅନୁମାନ କରି କ୍ୟାମେରା ସାହାଯ୍ୟରେ ଲକ୍ଷ୍ୟ କରିଥିଲେ ଯେ ବାସ୍ତବରେ ମୃତ୍ୟୁ ପରେ ମଧ୍ୟ ମଣିଷ ଶରୀରରେ କିଛି କିଛି ପରିବର୍ତ୍ତନ ଆସିଥାଏ।