ଘରେ ସୁଖଞ୍ଜ,ସମୃଦ୍ଧି ଏବଂ ଶାନ୍ତି ବନାଇ ରଖିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ଦର୍ଶାଯାଇଛି। ବାସ୍ତୁଶାସ୍ତ୍ର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଉର୍ଜା ସହ ଜଡିତ ଥାଏ। ତଳେ ଦର୍ଶାଯାଇଥିବା ଟିପ୍ସଗୁଡିକୁ ଧ୍ୟାନରେ ରଖିଲେ ଘରେ ସକାରାତ୍ମକତା ବଢ଼ିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ। ଉଜ୍ଜେନର ବାସ୍ତୁ ବିଶେଷଜ୍ଞ ଡା.ବିନିତା ନାଗରଙ୍କ କହିବା ଅନୁସାରେ ଆପଣ ଶୋଇବା ଘରେ ଫୁଲ,ପିଲାମାନଙ୍କର କିମ୍ବା ପରିବାରର ଫଟୋ ଲଗାଇ ପାରିବେ କିନ୍ତୁ ଧ୍ୟାନ ରଖନ୍ତୁ ଯେପରି ଶୋଇବା ଘରେ ହନୁମାନଙ୍କର ଫଟୋ ଆଦୌ ନଲଗାନ୍ତି। ଜାଣନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ସୁଖୀ ଜୀବନ ଯାପନ ପାଇଁ ଏହି ୫ଟି ବାସ୍ତୁ ଉପାୟ।
ସୁଖୀ ଜୀବନ ପାଇଁ ବାସ୍ତୁ ଉପାୟ
୧. ଶୋଇବା ଘରେ ପକ୍ଷୀ ଜୋଡା ଏବଂ ରାଧାକୃଷ୍ଣଙ୍କର ଫଟୋ ଲଗାଇ ପାରିବେ କିନ୍ତୁ ହନୁମାନଙ୍କର ଫଟୋ ଆଦୌ ଲଗାଇବା ଉଚିତ ନୁହେଁ। ହନୁମାନ ବାଲ ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ଫଟୋ ଶୋଇବା ଘରେ ଲଗାଇବା ଅଶୁଭ ହୋଇଥାଏ। ନକାରାତ୍ମକ ଶକ୍ତିକୁ ଦର୍ଶାଉଥିବା ଫଟୋ ମଧ୍ୟ ଲଗାନ୍ତୁ ନାହିଁ।
୨. ସ୍ବାମୀ,ସ୍ତ୍ରୀଙ୍କୁ ନିଜ ଶୋଇବା ଘର ଝରକା ପାଖରେ ବିଛଣା ଲଗାଇବା ଉଚିତ ନୁହେଁ। ଏମିତି ଶୋଇଲେ ମାନସିକ ଅଶାନ୍ତି ବଢ଼ିଥାଏ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ। ଯଦି ଝରକା ପାଖରେ ବିଛଣା ଲଗାଇବାକୁ ଚାହୁଁଛନ୍ତି ତେବେ ଝରକାରେ ପର୍ଦ୍ଦା ଲଗାଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଶୟନ କକ୍ଷ କୌଣସି ନକାରାତ୍ମକ ଉର୍ଜାର ଖରାପ ସଂସ୍ପର୍ଶରେ ଆସି ନଥାଏ।
୩. ଯଦି ଶୋଇବା ଘର ଛାତ ଉପରେ ବୀମ ଦେଖାଯାଉଥାଏ ତେବେ ତାହାର ତଳେ ସ୍ୱାମୀ,ସ୍ତ୍ରୀ ଶୋଇବା ଉଚିତ ନୁହେଁ। ସେହି ସ୍ଥାନରୁ ଅଳ୍ପ ଦୂରରେ ଶୋଇବା ଉଚିତ।
୪. ସ୍ୱାମୀ,ସ୍ତ୍ରୀଙ୍କର ବିଛଣା ସବୁବେଳେ ସଫା ରହିବା ଉଚିତ। ଅସଜଡା ବିଛଣାରେ ଶୋଇବାରୁ ନିବୃତ ରହିବା ଆବଶ୍ୟକ। ଫଟା କିମ୍ବା ଛେଦ ଥିବା ଚାଦର ବିଛନ୍ତୁ ନାହିଁ।
୫. ପଲଙ୍କ ତଳେ କୌଣସି ଆସବାବପତ୍ର ରଖନ୍ତୁ ନାହିଁ। କାରଣ ଏହା ଦ୍ବାରା ସ୍ବାମୀ,ସ୍ତ୍ରୀଙ୍କ ଉପରେ ନକରାତ୍ମକ ଉର୍ଜ୍ଜା ପଡିଥାଏ।
Sign in
Sign in
Recover your password.
A password will be e-mailed to you.