Odia News Portal

ଅବସର ନେବାପରେ କ’ଣ କରନ୍ତି ଦେହଜୀବି ଆସନ୍ତୁ ଜାଣିବା …

ଯେପରି ଯୈାବନ ସମୟରେ ଦେହଜୀବୀଙ୍କୁ ଅନେକ ପ୍ରକାରର କଷ୍ଟ ଏବଂ ଅତ୍ୟାଚାର ସହିବାକୁ ପଡ଼ିଥାଏ ସେହିପରି ବୟସ ବଢ଼ିଲେ ମଧ୍ୟ ସେମାନଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇଥାଏ। ଦେହଜୀବୀମାନେ ଏହି କାମ କରିବାବେଳେ ସବୁବେଳେ ଭୟଭୀତ ଥାଆନ୍ତି। ଏବଂ ତାଙ୍କ ବୃଦ୍ଧାବସ୍ଥାରେ ମଧ୍ୟ ସେମାନେ ଅସହାୟ ହୋଇଯାଇଥାଆନ୍ତି। ଏପରି ପରିସ୍ଥିତିରେ ଆପଣ କେବେ ଭାବିଛନ୍ତି କି ବୟସ ବଢ଼ିଲେ ଏହି ମହିଳାମାନେ କେଉଁଠି ଯାଆନ୍ତି ଏବଂ କ’ଣ କରନ୍ତି।
ନିକଟରେ ନୂଆଦିଲ୍ଲୀର ରେଲଓ୍ବେ ଷ୍ଟେସନରେ ଦେହଜୀବୀଭାବେ କାମ କରୁଥିବା ଜଣେ ବୃଦ୍ଧ ମହିଳାଙ୍କୁ ଅତ୍ୟନ୍ତ ଅପରିଷ୍କାର ବସ୍ତ୍ର ପିନ୍ଧିଥିବା ଦେଖାଯାଇଥିଲା। ନୂଆଦିଲ୍ଲୀର ରେଲଓ୍ବେ ଷ୍ଟେସନ ପାଖରେ ଥିବା ଜିବି ରୋଡ଼ରେ ଜୋରସୋରରେ ଦେହ ବ୍ୟବସାୟ ଚାଲିଥାଏ।
ବୟସ ବଢ଼ିଗଲେ ବୃଦ୍ଧାଙ୍କ ପାଖକୁ ଗ୍ରାହକମାନେ କମ୍ ଆସିଥାଆନ୍ତି ଏବଂ ତାଙ୍କୁ ବେଶ୍ୟାଳୟରୁ ବାହାର କରି ଦିଆଯାଇଥାଏ।
ବୁଢ଼ୀ ହେବା ପରେ ସେମାନଙ୍କୁ ଭିକ ମାଗି ନିଜର ଜୀବନ ଅତିବାହିତ କରିବାକୁ ପଡ଼ିଥାଏ। ଏମାନଙ୍କ ପାଖରେ ରହିବା ପାଇଁ କୈାଣସି ଠିକଣା ନଥାଏ ଏବଂ ଖାଇବା ପାଇଁ ଟଙ୍କା ମଧ୍ୟ ନଥାଏ।
କେବଳ ଭାରତରେ ନୁହେଁ ସମଗ୍ର ଦେଶରେ ଦେହଜୀବୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥାଏ। ସରକାର ଏବଂ ପ୍ରଶାସନ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିନଥାଏ ଏବଂ ଏହିଭଳି ଭାବେ ତାଙ୍କ ଜୀବନ ଦୁଃଖରୁ ଆରମ୍ଭ ହୋଇ ଦୁଃଖରେ ସରି ଯାଇଥାଏ।