କୌଣସି ଯୁକ୍ତିତର୍କ କିମ୍ବା ଝଗଡ଼ା ସମୟରେ ମସ୍ତିଷ୍କକୁ ଶାନ୍ତ ରଖିବା କାଠିକରପାଠ ହୋଇଥାଏ। ଏହି ସମୟରେ ମଣିଷ ଭାରସାମ୍ୟ ହରାଇ ବସେ। ମାତ୍ର କେତୋଟି କୌଶଳ ଅବଲମ୍ବନ କଲେ ଆପଣ ଏହି ସମୟରେ ନିଜ ଉପରେ ଆୟତ୍ତ ରଖିପାରି ସମସ୍ୟାର ସମାଧାନ କରିପାରିବେ।
ଶୁଣିବାର ଧୈର୍ଯ୍ୟ ରଖନ୍ତୁ। ସାଧାରଣତଃ ଯୁକ୍ତିତର୍କ ସମୟରେ ସାମ୍ନା ଲୋକର କଥା ଶୁଣିବା ପରିସ୍ଥିତିରେ ଆମେ ନଥାନ୍ତି। ମାତ୍ର ମନେ ରଖନ୍ତୁ ବିବ୍ରତ ହୋଇ କିଛି କହିବା ପୂର୍ବରୁ ପ୍ରଥମେ ସାମ୍ନା ଲୋକର କଥା ଶୁଣିବା ପାଇଁ ଚେଷ୍ଟା କରନ୍ତୁ।
ଆପଣଙ୍କ ମୁଣ୍ଡକୁ ଯଦି ରାଗ ଜୋର୍ ଉଠିଯାଉଛି ବୋଲି ଲାଗୁଛି ତେବେ ଗଭୀର ନିଶ୍ୱାସ ନିଅନ୍ତୁ। ଏହା ଦ୍ୱାରା ଶରୀର ହାଲୁକା ହୋଇଥାଏ।
ନିଜ ଶରୀର ଉପରେ ଆୟତ୍ତ ରଖନ୍ତୁ। ଝଗଡ଼ା ସମୟରେ ସାମ୍ନା ଲୋକଙ୍କୁ ଆଙ୍ଗୁଠି ଉଠାଇ କିମ୍ବା ଖତେଇ ହୋଇ କିଛି କୁହନ୍ତୁ ନାହିଁ। ଏହା ଝଗଡ଼ାକୁ ବଢ଼ାଇ ଦେଇଥାଏ।
ନିମ୍ନ ସ୍ୱରରେ କଥା ହେବା ପାଇଁ ଚେଷ୍ଟା କରନ୍ତୁ। ଝଗଡ଼ା ସମୟରେ ପାଟି ଅଜାଣତରେ ବଡ଼ ହୋଇ ଯାଇଥାଏ।
ଝଗଡ଼ା ସମୟରେ ସାମ୍ନା ଲୋକକୁ ସମାଧାନ ମାଗନ୍ତୁ। କ’ଣ କଲେ ଉପୁଜିଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରଶ୍ନ କରନ୍ତୁ।