ଭୁବନେଶ୍ୱର() ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ ମଧ୍ୟ ଯେତେବେଳେ ଏହା ମନେପଡେ ମନରେ ଖୁସି ଭରିଦେଇଥାଏ। ତେବେ ପ୍ରଥମ ପ୍ରେମକୁ କାହିଁକି ଭୁଲି ହୋଇ ନ ଥାଏ ଜାଣନ୍ତୁ।

ପ୍ରଥମ ପ୍ରେମ ଅଦ୍ୱିତୀୟ – ପ୍ରଥମ ପ୍ରେମ ସବୁବେଳ ପାଇଁ ଅଦ୍ୱିତୀୟ। ପ୍ରେମିକ ବା ପ୍ରେମିକାଙ୍କ ସ୍ନେହ, ଯତ୍ନ ଓ ତାଙ୍କ ଭଲପାଇବା ସବୁଠାରୁ ନିଆରା ଥାଏ। ଏହାସହ ସେହି ସମୟର ଅନୁଭୂତି ସ୍ବତନ୍ତ୍ର ହୋଇଥାଏ।
ଯୌବନ ସ୍ମୃତି ସତେଜ ରଖେ – ଯୌବନର ପ୍ରଥମ ପାହାଚରେ ପ୍ରେମ ଆଡକୁ ପାଦ ଖସିଗଲା ପରେ ତୁମ ସହ ଘଟୁଥିବା ସବୁ ଘଟଣା ମନକୁ ଛୁଇଁଥାଏ। ଆଉ ଏହି ସମୟରେ ଘଟିଥିବା ଅନେକ କିଛି ପାଗଳାମି ମନେ ରହିଯାଇଥାଏ।
ପ୍ରଥମ ହୋଇଥାଏ – ପ୍ରଥମ ପ୍ରେମ ସବୁବେଳ ଲାଗି ପ୍ରଥମ ହୋଇଥାଏ। ପରେ ତୁମେ ଯେତେ ଥର ପ୍ରେମ ବନ୍ଧନରେ ବାନ୍ଧି ହୁଅନା କାହିଁକି ପ୍ରଥମ ପ୍ରେମ ସବୁବେଳ ଲାଗି ପ୍ରଥମ।
ଏଥିରେ କୌଣସି ବିକଳ୍ପ ନ ଥାଏ – ପରିବାରର କଟକଣାରୁ ବାହାରି ଲୁଚି ପ୍ରେମ କରିବାରେ କୌଣସି ବିକଳ୍ପ ନ ଥାଏ । ଏହି ବୟସରେ ତାହା ହୋଇଯାଇଥାଏ।
