ନିଜ ଘରର ଶୋଭା ବଢ଼ାଇବା ପାଇଁ ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ଆକ୍ବାରିୟମ୍ ରଖିଥାନ୍ତି। ଏଥିରେ ରଙ୍ଗବେରଙ୍ଗ ମାଛ ଦେଖିଲେ ମନକୁ ଏକ ଅଦ୍ଭୁତ ଶାନ୍ତି ଅନୁଭୂତ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ଏହି ଆକ୍ବାରିୟମ ସହ ଜଡ଼ିତ ରହିଛି ଅନେକ ବାସ୍ତୁ ସମ୍ବନ୍ଧୀୟ ଜିନିଷ। ଏଥିରେ କିଛିଟା ନିର୍ଦ୍ଦେଷ୍ଟ ବାସ୍ତୁ ନିୟମକୁ ପାଳନ କରିବା ଦ୍ବାରା ଆପଣଙ୍କ ଭାଗ୍ୟ ବଦଳିବା ସହ ହୋଇଥାଏ ଧନପ୍ରାପ୍ତି।
-ଅକ୍ବାରିୟମ୍ ରଖିବା ସମୟରେ ଖାସ କରି ଦିଗର ଧ୍ୟାନ ରଖନ୍ତୁ। ସବୁବେଳେ ଅକ୍ବାରିୟମକୁ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍। ଏହା ଦ୍ବାରା ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ।
-ଘରେ ସକାରାତ୍ମକ ଉର୍ଜା ବନାଇ ରଖିବା ପାଇଁ ଆକ୍ବାରିୟମରେ କମ ସେ କମ ୯ଟି ମାଛ ରହିବା ଦରକାର। ଏହି ମାନଙ୍କ ମଝିରେ କଳା ମାଛ ରହିବା ଦରକାର।
-କେବେ ମଧ୍ୟ ଅକ୍ବାରିୟମକୁ ନିଜ ଶୋଇବାଘର ବା ରୋଷେଇ ଘରେ ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ।
-ସକାଳୁ ଉଠି ଆକ୍ବାରିୟମ ଦେଖିବା ଦ୍ବାରା ଶରୀରରେ ସକାରତ୍ମକ ଉର୍ଜା ଜାଗ୍ରତ ହୋଇଥାଏ।
-ଯେଉଁ ସ୍ଥାନରେ ଅକ୍ବାରିୟମ ରଖାଯାଇଛି ସେହି ରୁମର ଲାଇଟ କେବେ ମଧ୍ୟ ବନ୍ଦ କରନ୍ତୁ ନାହିଁ। ଏହା ଦ୍ବାରା ଘରେ ନକାରତ୍ମକ ଉର୍ଜା ବାସ କରିବା ସହ ଆପଣଙ୍କ ପାଇଁ ହାନିକାରକ ହୋଇଥାଏ।
Sign in
Sign in
Recover your password.
A password will be e-mailed to you.
