Odia News Portal

ଅଙ୍ଗୁରର ଉପକାରିତା

ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଆମ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ। ସମସ୍ତେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି। ଅଙ୍ଗୁରରେ ଭରପୂର ମାତ୍ରାରେ ଭିଟାମିନ୍ ରହିଛି। ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଡ୍, ଫ୍ୟାଟ୍, ମ୍ୟାଗ୍ନେସିୟମ, ସୋଡ଼ିୟମ, ଫାଇବର, ଭିଟାମିନ୍ ଏ, ସି, ଇ ଓ କେ, କ୍ୟାଲିସିୟମ,କପର ଓ ଜିଙ୍କ୍ ଓ ଆଇରନ ରହିଥାଏ। ଏହା ନିୟମିତ ଖାଇଲେ ଅନେକ ରୋଗରୁ ଶରୀରକୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଅଙ୍ଗୁର ଉପକାରିତା ବିଷୟରେଟ୍ଟ
୧- ଶରୀରରେ କୌଣସି ଅଂଶରେ ରକ୍ତ ବାହାରୁଥିଲେ ତୁରନ୍ତ ଗୋଟିଏ ଗ୍ଲାସ ଅଙ୍ଗୁର ରସରେ ଦୁଇ ଚାମଚ ମହୁ ପକାଇ ପିଅନ୍ତୁ। ଦେଖିବେ ରକ୍ତ ବାହାରିବା ବନ୍ଦ ହୋଇଯିବ। ଆରାମ ଲାଗିବ। ଶରୀରରେ ରକ୍ତର ଅଭାବକୁ ଏହା ଦୂର କରିବ।
୨- ଅଙ୍ଗୁରରେ ଆଣ୍ଟି କ୍ୟାନସର ତତ୍ତ୍ୱ ରହିଛି। ଯାହା ଆମ ଶରୀରରେ କ୍ୟାନସର ହେବାରୁ ରକ୍ଷା କରିଥାଏ।
୩- ଶରୀରରେ ପଟାସିୟମ କମ୍ ହେବା ଯୋଗୁଁ ଆମ ଦାନ୍ତ ହଲିବା, ଚୁଟି ଝଡ଼ିବା, ତ୍ୱଚା ଖରାପ ହେବା ସମସ୍ୟା ଦେଖାଯାଇଥାଏ। ଏହାସହ ଆମ ଆଣ୍ଠୁଗଣ୍ଠିରେ ଦରଜ ହୋଇଥାଏ ଓ ଶରୀର ଦୁର୍ବଳ ଲାଗିଥାଏ। ନିୟମିତ ଅଙ୍ଗୁର ଖାଇଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।
୪- ହୃଦଘାତ ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଉଛି। ନିୟମିତ କଳା ଅଙ୍ଗୁରର ରସ ପିଇଲେ ହୃଦଘାତରୁ ରକ୍ଷା ମିଳିଥାଏ।
୫-ଏନିମିୟା ରୋଗ ହୋଇଥିଲେ ନିୟମିତ ଅଙ୍ଗୁର ଖାଇବା ଆରମ୍ଭ କରି ଦିଅନ୍ତୁ।ଏହା ଶୀଘ୍ର ଭଲ ହୋଇଯିବ।