ଫୁଲକୋବୀ ବିଷୟରେ ଜାଣନ୍ତୁ କିଛି ଏମିତି ତଥ୍ୟ, ଯାହା ଜାଣିଲା ପରେ ଖାଇବା ଆଗରୁ ଭାବିବା ପାଇଁ ବାଧ୍ୟ ହେବେ। ଏହା ସମସ୍ତଙ୍କୁ ଜଣା ଯେ ପନିପରିବା ସ୍ୱାସ୍ଥ ପାଇଁ ଲାଭଦାୟକ। ଶୀତଦିନେ ଫୁଲକୋବି ରୋଷେଇ ଘରର ମୁଖ୍ୟ ପରିବା। ଫୁଲକୋବି ଦ୍ୱାରା ସ୍ୱାସ୍ଥକୁ ଠିକ ପରିମାଣର ପ୍ରୋଟିନ, ଫାଇବର୍, ଭିଟାମିନ-ବି ମିଳିଥାଏ। ଏଥିରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହା କ୍ୟାନସରରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ।
କିନ୍ତୁ କିଛି ଲୋକଙ୍କ ପାଇଁ ଫୁଲକୋବି ବିଷ ହୋଇଥାଏ। ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ଫୁଲକୋବି ସେବନ କରିବା ଅନୁଚିତ୍। ସୁଗର, କିଡନି ଏବଂ ହାର୍ଟ ରୋଗିଙ୍କ ପାଇଁ ଫୁଲକୋବି ବିଷ ହୋଇଥାଏ। ଏହି ସବୁ ରୋଗରେ ପିଡୀତ ହୋଇଥିବା ଲୋକଙ୍କ ପାଇଁ ଫୁଲକୋବି ସେବନ ବିଷ ଖାଇବା ସହ ସମାନ ହୋଇଥାଏ। କାରଣ ଏହା ଦ୍ୱାରା ରୋଗ ଆହୁରି ମାରାତ୍ମକ ହୋଇଥାଏ। ଚର୍ମ ରୋଗ ସମସ୍ୟାରେ ଥିବା ଲୋକ ମଧ୍ୟ ଫୁଲକୋବୀ ଖାଇବା ଅନୁଚିତ୍।
