Odia News Portal

ଆସନ୍ତୁ ଘରେ ପ୍ରସ୍ତୁତ କରିବା ଦହି ଆଇସ୍‌କ୍ରିମ୍‌…

ଭୁବନେଶ୍ବର : ପେଟ ଥଣ୍ଡା ରଖିବାରେ ଦହି ସାହାଯ୍ୟ କରେ। ଖରାଦିନେ ‘ଲୁ’ରୁ ବଞ୍ଚିବା ପାଇଁ ଡାକ୍ତର ଦହି ସରବତ ପିଇବାକୁ ପରାମର୍ଶ ଦେଇଥାନ୍ତି। ରୁଟି ସହ ଦହି ଖାଇବା ମଧ୍ୟ ସ୍ୱାସ୍ଥ୍ୟପକ୍ଷେ ହିତକର ହୋଇଥାଏ। ଦହି ଖାଇବା ଦ୍ୱାରା ଶରୀରର ଜଳୀୟଅଂଶ ମଧ୍ୟ ନିୟନ୍ତ୍ରିତ ରହିଥାଏ। ମୋଟାପଣ କମ କରିବାରେ ମଧ୍ୟ ଦହି ସାହାଯ୍ୟ କରେ। ତେବେ ଦହିରେ ଆପଣ ଆଇସ୍‌କ୍ରିମ୍‌ ମଧ୍ୟ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା କମ୍‌ ସମୟରେ କିପରି

ଘରେ ପ୍ରସ୍ତୁତ କରିବେ ଦହି ଆଇସ୍‌କ୍ରିମ୍‌…
ଆବଶ୍ୟକୀୟ ସାମଗ୍ରୀ
ଦହି-୧/୨ କପ୍‌(୧୦୦ ଗ୍ରାମ୍‌)
ଚିନି-୧/୪ କପ୍‌(୫୦ ଗ୍ରାମ୍‌)
କ୍ରିମ୍‌-୧/୨ କପ୍‌(୧୦୦ ଗ୍ରାମ୍‌)
ଭାନିଲା ଏସେନ୍ସ-୨ ବୁନ୍ଦା
କାଜୁ- ୧୦ଟି
ବିସ୍କୁଟ-୪ଟି

ପ୍ରସ୍ତୁତି ପ୍ରଣାଳୀ
ଦହି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଅଧା କପ୍‌ ଦହି ନେଇ ସେଥିରେ ୧/୪ କପ୍‌ ଚିନିକୁ ଭଲ ଭାବେ ମିଶାନ୍ତୁ। ବର୍ତ୍ତମାନ ସେଥିରେ କିଛି ଭାନିଲା ଏସେନ୍ସ ଓ କ୍ରିମ୍‌ ମିଶାଇ ଗୋଳାଇ ଦିଅନ୍ତୁ। ସମସ୍ତ ସାମଗ୍ରୀ ଭଲଭାବେ ମିଶିଯିବା ପରେ ଏଥିରେ ବିସ୍କୁଟ ଖଣ୍ଡ ଓ କାଜୁକୁ ଛୋଟ ଛୋଟ କରି କାଟି ପକାନ୍ତୁ। ଏହି ମିଶ୍ରଣକୁ ଏକ ଏୟାର ଟାଇଟ୍‌ ଆଇସ୍‌କ୍ରିମ୍‌ ପାତ୍ରରେ ରଖି ଫ୍ରିଜ୍‌ରେ ରଖନ୍ତୁ। ୫-୬ ଘଣ୍ଟା ପରେ ମିଶ୍ରଣ ଜମିଯିବା ପରେ ଛୋଟ ଛୋଟ ପିସ୍‌ କରି କାଟି ସର୍ଭ କରନ୍ତୁ ଦହି ଆଇସ୍‌କ୍ରିମ୍‌।